ଭଦ୍ରକ, ୯ ଜୁନ୍ (ହି.ସ.) - ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ। ଚାନ୍ଦବାଲି କାଳୀମନ୍ଦିର ସମ୍ମୁଖରେ ଥିବା ମୀନବଜାର ର ଶହ ଶହ ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଅଳ୍ପକେ ବର୍ତି ଯାଇଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଭଦ୍ରକ ରାସ୍ତା କାଳୀ ମନ୍ଦିର ପଡିଆ ନିକଟରେ ଥିବା ଚାଟ ଦୋକାନ ନିଜ ଚାଟ ଦୋକାନରେ ଗ୍ୟାସ ଚୁଲାରେ ଚାଟ ତିଆରି କରୁଥିବା ବେଳେ ଜଳନ୍ତା ଚୁଲା ଛାଡି କେଉଁ ଆଡେ ଯାଇଥିଲା। ଚାଟ ଦୋକାନୀ ଦିଗମ୍ବର ଦାସ ଅସାବଧାନତା ପାଇଁ ଗ୍ୟାସ ପାଇପ ଲିକ ହୋଇଯାଇଥିଲା। ଫଳରେ ଗ୍ୟାସ ଲିକ ହୋଇ ଭାୟା ବହ ଅଗ୍ନିକାଣ୍ଡ ବିପଦ ସୃଷ୍ଟି କରିଥିଲା। ନିଆଁ ଲିଭାଇ ବାକୁ କିମ୍ବା ଗ୍ୟାସ ବନ୍ଦ କରିବାକୁ କେହି ସାହସ ଜୁଟାଇ ପାରି ନଥିଲେ। ଚାଟ ଦୋକାନ ପାଖକୁ ଲାଗିରହିଥିବା ମୀନବଜାର ଦୋକାନୀ ଗୁଡିକ ନିଜ ସାମଗ୍ରୀ କେମିତି ବଂଚାଇବେ ଚିନ୍ତାରେ ପଡିଯାଇଥିଲେ. ହଠାତ ନିକଟରେ ଜଣେ ଚାଟ ଦୋକାନୀ ଗ୍ୟାସ ଟାଙ୍କିରୁ ରେଗୁଲେଟର ବନ୍ଦ କରିଦେବାରୁ ବିପଦ ଟଳିଥିଲା. ସମସ୍ତେ ଅଳ୍ପକେ ବର୍ତିଯାଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ