ରାତ୍ରୀ ଜଗୁଆଳିକୁ ଦୁର୍ନୀତିର ଅଙ୍କ ପଢେଇ ମହିଳା ଫରେଷ୍ଟର ଛଟେଇ
ରାତ୍ରୀ ଜଗୁଆଳିକୁ ଦୁର୍ନୀତିର ଅଙ୍କ ପଢେଇ ମହିଳା ଫରେଷ୍ଟର ଛଟେଇ
ରାତ୍ରୀ ଜଗୁଆଳିକୁ ଦୁର୍ନୀତିର ଅଙ୍କ ପଢେଇ ମହିଳା ଫରେଷ୍ଟର ଛଟେଇ


ସମ୍ବଲପୁର, ୦୯ ଜୁନ୍ (ହି.ସ.) ଏଟା ପାହାଡ଼ ଚଢ଼ା ଡିଏଫ୍ଓ ନାଇଁସେ, କାଏଁ ଡର୍ ?ଯେତେବେଲ୍ ନିଳାମ୍ବରମ୍ ସାର ଥିଲେ, ସେ ନ ପାହାଡ଼ ଚଢ଼ା ଲୁକ୍ ଥିଲେ । ଏଇ ନ ପହାଡ଼ ବଢ଼ା ଲୋକ ନୁହେଁ ଅନ୍ । ଆମର ଏସିଏଫ୍ ବି ଅଧା ଦୂରେ ଅଟକିଗଲେ । ଯଦି, ଯେତେବେଳେ ନିଳାମ୍ବରମ୍ ସାରଙ୍କୁ ଠକି କରି ନେଇ ଯାଇଛନ୍, ଏଇଟା ନ ଛାଡ଼….ଭଳି ବିଭିନ୍ନ ହାସ୍ୟତ୍ମକ କଥା କହି ସମ୍ବଲପୁର ଡିଏଫଓଙ୍କ ଅଧିନରେ କାର୍ଯ୍ୟରତ ଜଣେ ମହିଳା ଫରେଷ୍ଟର ଜଣେ ରାତ୍ର ଜଗୁଆଳିଙ୍କୁ ଦୁର୍ନୀତି କରିବାକୁ ବାଧ୍ୟ କରୁଥିବା ଅଡିଓ ଭିଡିଓ ନିଜ ପାଇଁ ପଡିଛି ମହଙ୍ଗା ।

ରାତ୍ର ଜଗୁଆଳିଙ୍କୁ ସଦର ରେଞ୍ଜ୍ ଝାଙ୍କରପାଲି ଫରେଷ୍ଟର୍‌ ସୁଚରିତା ମେଣ୍ଡାଲିଙ୍କ ଦୁର୍ନୀତି ପାଠ ନିଳାମ୍ବରମ୍ ଥିବାବେଳେ ବି ଠକିଥିଲେ, ଏବେ କିଏ କଣ କରିବ ? ବୋଲି ଯେଉଁ ଭରସା ସେ ରାତ୍ର ଜଗୁଆଲଙ୍କୁ ଦେଉଥିଲେ ସେହି ଭରସା ଜାଲରେ ନିଜେ ଛନ୍ଦି ହୋଇପଡି ହେଡ଼ କ୍ଵାଟର ରେ ରହିବାକୁ ଏବେ ନିର୍ଦ୍ଦେଶ ଆସିଛି।

ସୂଚନା ଯୋଗ୍ୟଯେ, ସଦର ରେଞ୍ଜ ଝାକରପାଲି ସେକ୍ସନ ମୁଣ୍ଡେଲ ବିଟ୍‌ରେ ଜଣେ ରାତ୍ର ଜଗୁଆଳିଙ୍କୁ ଦୁର୍ନୀତି କରିବାକୁ ପାଠ ପଢ଼ାଇଛନ୍ତି । ଦୁର୍ନୀତି ଧରାପଡ଼ିଥିବା ନେଇ ଭୟ କରୁଛନ୍ତି ଜଗୁଆଳି । ହେଲେ ତାଙ୍କୁ ଦୁର୍ନୀତି କରିବାକୁ ବାଧ୍ୟ କରୁଥିଲେ ଫରେଷ୍ଟର । ବାଉଁଶ ବୁଦା ସଂରକ୍ଷଣ ପାଇଁ ମାଟି ପଥର ରଖି ବାଉଁଶ ବୁଦାକୁ ସଂରକ୍ଷିତ ରଖାଯାଇଥାଏ। ହେଲେ ଏହା ନ କରି ଯେଣେ ତେଣେ କାମ ଚଳାଇଦେବାକୁ କହି ବାକି ସବୁ ମୋର କାମ ବୋଲି ରାତ୍ର ଜଗୁଆଳିଙ୍କୁ ବୁଝାଇ ସେହିଁ ସର୍ବକର୍ତ୍ତା ବୋଲି ଏହି ଅଡିଓ କଲରେ କହିଥିବା ଲୋକଲୋଚନକୁ ଆସିଥିଲା । ଏ ମୋବାଇଲରୁ ସେ ମୋବାଇଲକୁ ଡେଉଁଥିବା ଏହି ଅଡିଓକୁ ସମ୍ବଲପୁର ସଦର ଡ଼ିଏଫଓ ଜ୍ଞାତ ସାରକୁ ଯିବା ପରେ ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝାଙ୍କରପାଲି ଫରେଷ୍ଟର ସୁଚରିତା ମେଣ୍ଡାଳିଙ୍କୁ ନିଲମ୍ବନ କରି ଏହି ସମୟରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ରହିବାକୁ ଡ଼ିଏଫଓ ଆଦେଶ ଦେଇଥିବା ନୋଟିସରୁ ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande