ଧର୍ମଶାଳା,୯ଜୁନ୍ (ହି.ସ.) - ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥରେ ଅଘଟଣ । ଟ୍ରକ ଧକ୍କାରେ ଚାଲି ଗଲା ବାଇକ ଚାଳକ ମୃତ । ଏଭଳି ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ଜଣକ ହେଲେ ମାର୍ଶାଘାଇ ଦୁହୁରିଆ ଅଂଚଳର ଅନିରୁଦ୍ଧ ବେହେରା ବୋଲି ଜଣାପଡିଛି । ସେ ନିଜ ବାଇକ ଯୋଗେ ଫେରୁଥିବା ସମୟରେ ଗୋପାଳପୁର ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣାଗସ୍ତ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ