ଭୁବନେଶ୍ୱର, 01
ଜୁଲାଇ (ହି.ସ) କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶହୀଦ ବୀର
ଅବ୍ଦୁଲ୍ ହମିଦଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି “୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧରେ ଅଦମ୍ୟ ସାହସ ଓ
ଯୁଦ୍ଧନୈପୁଣ୍ୟ ଦ୍ୱାରା ଇତିହାସ ରଚିଥିବା ଅମର ଶହୀଦ ବୀର ଅବ୍ଦୁଲ୍ ହମିଦଜୀଙ୍କ ଜନ୍ମଜୟନ୍ତୀରେ
ତାଙ୍କୁ କୋଟି କୋଟି ନମନ। ଟ୍ୟାଙ୍କ୍ ର ଗର୍ଜନା ମଧ୍ୟରେ ତାଙ୍କର ବୀରତା ଦ୍ୱାରା ଶତ୍ରୁ
ସେନାକୁ ଧ୍ୱଂସ କରି ମାତୃଭୂମିର ସୁରକ୍ଷାରେ ପ୍ରାଣ ଅର୍ପଣ କରିଥିବା ତାଙ୍କ ବଳିଦାନ ସଦା
ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତାଙ୍କର
ସମର୍ପଣ କେବଳ ଯୁଦ୍ଧଭୂମିରେ ନୁହେଁ,
ବରଂ ଆମ ହୃଦୟରେ ଏକ ଅମୂଲ୍ୟ ଐତିହ୍ୟ ଭାବରେ ସଦା ବଞ୍ଚି ରହିବ। ତାଙ୍କ ଶୌର୍ଯ୍ୟ ଗାଥା ଆସନ୍ତା
ପିଢିମାନେ ପାଇଁ ଦେଶଭକ୍ତି ଓ ସାହସର ପ୍ରେରଣା ହେବ ।”
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ