ଭୁବନେଶ୍ୱର, 1 ଜୁଲାଇ (ହି.ସ.)-ଘୋଷଯାତ୍ରାରେ
ଘଟିଚାଲିଛି ଗୋଟିଏ ପରେ ଗୋଟିଏ ମହାବିଭ୍ରାଟ । ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କରିବେ ସମୀକ୍ଷା। ଗୁଣ୍ଡିଚା ଘର ଦଳାଚକଟା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ୍ ଗସ୍ତ ।
ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ବରିଷ୍ଠ
ଅଧିକାରୀ। ଦଇତା ନିଯୋଗ ଓ ସେବାୟତଙ୍କ ସହ ହେବ ଆଲୋଚନା । ଗୁଣ୍ଡିଚା ଘର ଯାଇ ମହାପ୍ରଭୁଙ୍କ
ଦର୍ଶନ ସହ ହସ୍ପିଟାଲ ଯାଇ ଆହତ ଓ ଗୁରୁତରଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା