କାର ଦୁର୍ଘଟଣାରେ ଶ୍ରମିକ ଗୁରୁତର
କୋରେଇ, ୧୦ ଜୁଲାଇ(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସିଂଗଡା ବ୍ରିଜ ତଲେ ଆଜି ଜଣେ ଶ୍ରମିକଙ୍କ ଗୋଡରେ କାର ଚଢି ପଳାଇବାରୁ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ ୧୬ ନମ୍ବର ଜାତୀୟ ରାଜପଥର ସିଂଗଡା ବ୍ରିଜ ତଳେ ଜଣେ ଶ୍ରମିକ ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍
କାର ଦୁର୍ଘଟଣାରେ ଶ୍ରମିକ ଗୁରୁତର


କୋରେଇ, ୧୦ ଜୁଲାଇ(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସିଂଗଡା ବ୍ରିଜ ତଲେ ଆଜି ଜଣେ ଶ୍ରମିକଙ୍କ ଗୋଡରେ କାର ଚଢି ପଳାଇବାରୁ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ ୧୬ ନମ୍ବର ଜାତୀୟ ରାଜପଥର ସିଂଗଡା ବ୍ରିଜ ତଳେ ଜଣେ ଶ୍ରମିକ ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱର ପୁର ପଂଚାୟତ ଜମୁନା ଗ୍ରାମର ବାବୁଆ ଯେନା କାମ ସାରି ବିଶ୍ରାମ ନେଉଥିଲେ । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି ତାଙ୍କ ପାଦରେ ଚଢି ପଳାଇଥିଲା । ଫଳରେ ତାଙ୍କ ପାଦଟି ଫାଟି ଯିବା ସହ ସେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇ କାରଟି ଦ୍ରୁତଗତିରେ ଘଟଣାସ୍ଥଳୁ ଫେରାର ହୋଇଯାଇଥିଲା । ଖବରପାଇ ଆମେ ଆପଣଙ୍କ ପାଇଁ ହେଲପିଂଗ ଗୁପର ସଦସ୍ୟ ମାନେ ପହଂଚି ତାଙ୍କୁ ଉଦ୍ଧାର କରି ପାଣିକୋଇଲିର ଏକ ଘରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିଥିଲେ । ରାଜପଥ ପେଟ୍ରୋଲିଂଗ ଗାଡି ପହଂଚିବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande