କେନ୍ଦ୍ରାପଡ଼ା, ୧୦ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ୍ ଅଧୁନସୁ ଚକ୍ରୋଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ପ୍ରଧାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଗତ ବୁଧବାର ଦିନ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଯୋଗଦେଇ ସେବାନିବୃତ ଶିକ୍ଷକ ବସନ୍ତ କୁମାର ପ୍ରଧାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବନ୍ଧିତ କରିଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଲତା ସେଠୀ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ବୀରବର ଦାସ ମଂଚ ପରିଚାଳନା କରିଥିଲେ। ଉକ୍ତ ଉତ୍ସବରେ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଳୟ ମଞ୍ଜରୀ ବେହେରା, ସତ୍ୟବ୍ରତ ପ୍ରଧାନ, ଆଂଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା କର, ଶିକ୍ଷକ ପ୍ରମୋଦ କୁମାର ରାଉତ, ଚକ୍ରୋଡା ପଂଚାୟତର ସରପଂଚଙ୍କ ପ୍ରତିନିଧ ନିରଞ୍ଜନ ନାୟକ, ପଂଚାୟତ ସଭାପତି ପ୍ରତାପ କୁମାର ରାଉତ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ସଂପାଦକ ଅଶୋକ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉଦ୍ଧବ ଚରଣ ରାଉତ, ଶିକ୍ଷକ ମହେନ୍ଦ୍ର କୁମାର ସେଠୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ବିଦାୟୀ ଶିକ୍ଷକଙ୍କର ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ। ସର୍ବଶେଷରେ ଶିକ୍ଷୟିତ୍ରୀ ଆରତୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି