ଗୁପ୍ତେଶ୍ୱରରେ ବୋଲବମ୍ ପ୍ରସ୍ତୁତି ବୈଠକ
ଜୟପୁର, 10 ଜୁଲାଇ (ହି.ସ.) ଶ୍ରାବଣ ମାସରେ ବୋଲବମ୍ କାଉଡ଼ିଆ ଭକ୍ତଙ୍କ ସୁବିଧା ପାଇଁ ଗୁପ୍ତେଶ୍ୱର ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରାବଣ ମାସରେ ଗୁପ୍ତେଶ୍ୱର ଶୈବପୀଠରେ ଜଳାଭିଷେକ ନିମନ୍ତେ ହଜାର ହଜାର କାଉଡ଼ିଆଙ୍କର ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କ ପାଇଁ ସ
ଗୁପ୍ତେଶ୍ୱରରେ ବୋଲବମ୍ ପ୍ରସ୍ତୁତି ବୈଠକ


ଜୟପୁର, 10 ଜୁଲାଇ (ହି.ସ.)

ଶ୍ରାବଣ ମାସରେ ବୋଲବମ୍ କାଉଡ଼ିଆ ଭକ୍ତଙ୍କ ସୁବିଧା ପାଇଁ ଗୁପ୍ତେଶ୍ୱର ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରାବଣ ମାସରେ ଗୁପ୍ତେଶ୍ୱର ଶୈବପୀଠରେ ଜଳାଭିଷେକ ନିମନ୍ତେ ହଜାର ହଜାର କାଉଡ଼ିଆଙ୍କର ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ନିଷ୍ପତି ନିଆଯାଇଥିଲା। ଖାସ୍ କରି ଟ୍ରାଫିକ ସମସ୍ୟା ସବୁବେଳେ ରହୁଥିବାରୁ ଏହାର ସମାଧାନ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ବିଭାଗକୁ ସଂପୂର୍ଣ୍ଣ ଦାୟିତ୍ଵ ଦିଆଯାଇଛି। ଗୁପ୍ତେଶ୍ୱର ପୀଠକୁ ଲାଗି ବୋହି ଯାଇଥିବା ସାବେରୀ ନଦୀରେ କୌଣସି ଅଘଟଣ ନ ଘଟିବା ପାଇଁ ଅଗ୍ନିଶମ ବାହିନୀକୁ ସୁରକ୍ଷା ପାଇଁ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି। ଗୁପ୍ତେଶ୍ୱର ପୀଠ ନିକଟରେ ଯେପରି ଗହଳି ନହୁଏ ସେଥିପାଇଁ ଆଖପାଖରେ ରହିଥିବା ଅସ୍ଥାୟୀ ଦୋକାନ ଗୁଡ଼ିକୁ ଷ୍ଟଲ୍ ରେ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ଶୌଚାଳୟ, କାଉଡ଼ିଆଙ୍କ ଆଶ୍ରୟ ସ୍ଥଳୀ, ବିଦ୍ୟୁତ୍ ବ୍ୟବସ୍ଥା ଯେପରି ସୁରୁଖୁରୁରେ ସମ୍ପାଦନ କରାଯିବ ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ଵ ଦିଆଯାଇଛି l ବୈଠକରେ ଜୟପୁର ତହସିଲଦାର ଚିତ୍ତରଞ୍ଜନ ବେହେରା, ବୈପାରିଗୁଡା ତହସିଲଦାର ସ୍ନିଗ୍ଧା ଚୌଧୁରୀ, ବୈପାରିଗୁଡା ବିଡ଼ିଓ ଶକ୍ତି ମହାପାତ୍ର, ବୈପାରିଗୁଡା ପୁଲିସ ଆଇଆଇସି ରଶ୍ମି ରଂଜନ ପ୍ରଧାନ, ଅଗ୍ନିଶମ ବିଭାଗର ଓଆଇସି ସୁକାନ୍ତ ପ୍ରଧାନଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande