ଲାଂଚ ନେଇ ଜେଲ୍ ଗଲେ ଏମସିଏଲ୍ ଚିଫ୍ ମ୍ୟାନେଜର
ଭୁବନେଶ୍ୱର,୧୦ ଜୁଲାଇ (ହି.ସ.) - ୨୦ ହଜାର ଟଙ୍କା ଲାଂଚ ନେବା ମାମଲାରେ ଗିରଫ ହୋଇଛନ୍ତି ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ (ଏମସିଏଲ୍‌)ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କ୍ଷେତ୍ର ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମା। ସିବିଆଇ ଦ୍ୱାରା ଗିରଫ ପରେ ଜେଲ୍ ଯାଇଛନ୍ତି ଅଖିଳେଶ। ସେ ୧୪ ଦିନିଆ ବିଚାର ବିଭାଗୀ
ଲାଂଚ ନେଇ ଜେଲ୍ ଗଲେ ଏମସିଏଲ୍ ଚିଫ୍ ମ୍ୟାନେଜର


ଭୁବନେଶ୍ୱର,୧୦ ଜୁଲାଇ (ହି.ସ.) - ୨୦ ହଜାର ଟଙ୍କା ଲାଂଚ ନେବା ମାମଲାରେ ଗିରଫ ହୋଇଛନ୍ତି ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ (ଏମସିଏଲ୍‌)ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କ୍ଷେତ୍ର ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମା। ସିବିଆଇ ଦ୍ୱାରା ଗିରଫ ପରେ ଜେଲ୍ ଯାଇଛନ୍ତି ଅଖିଳେଶ। ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ। ଏହି ମାମଲାରେ ପରବର୍ତୀ ଶୁଣାଣି ଆସନ୍ତା ୧୯ତାରିଖରେ ହେବ।

ସୂଚନାଯୋଗ୍ୟ, ଅଖିଳେଶ ବର୍ମା ଗତକାଲି ୨୦ ହଜାର ଟଙ୍କା ଲାଂଚ ନେଲା ବେଳେ ସିବିଆଇ ଟିମ୍ ହାତରେ ଧରାପଡ଼ିଥିଲେ। ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଠାରୁ ଘର ବାବଦର ଟଙ୍କା ରିଲିଜ୍ କରିବା ପାଇଁ ଅଖିଲେଶ ୩୦ ହଜାର ଟଙ୍କା ମାଗିଥିଲେ। ୧୦ ହଜାର ଟଙ୍କା ପୂର୍ବରୁ ନେଇସାରିଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ ୨୦ ହଜାର ଟଙ୍କା ନେଉଥିଲେ। ଟଙ୍କା ନେଲା ବେଳକୁ ଛକି ବସିଥିବା ସିବିଆଇ ତାଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ ଓ ଏମସିଏଲ କ୍ୱାଟରରେ ସିବିଆଇ ଚଢ଼ଉ କରିଛି।

ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଏମ୍‌ସିଏଲ୍‌ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଏରିଆ ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମା ୨୦ ହଜାର ଟଙ୍କା ଲାଂଚ ମାଗିବା ଏବଂ ଏହାକୁ ନେଉଥିବା ବେଳେ ଗତକାଲି ଧରାପଡ଼ିଛନ୍ତି। ସେ ଜଣେ ବିସ୍ଥାପିତଙ୍କ ୧୧,୩୭,୫୯୫ ଟଙ୍କା ରିଲିଜ କରିବା ପାଇଁ ଏହି ଟଙ୍କା ନେଉଥିଲେ। ଚଢ଼ଉ ବେଳେ ଏହି ଲାଂଚ ଟଙ୍କା ଜବତ ହୋଇଛି। ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟକୁ ଚାଲାଣ କରାଯାଇଛି। ସିବିଆଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande