ଗଞାମ, ୧୪ ଜୁଲାଇ (ହି.ସ.)- ବନ ମହୋତ୍ସବ ଅବସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୂଣୀଘରା ଗ୍ରାମରେ ଏକ ଚାରା ରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ମହମଦ ଆସଲାମ, ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ, ବରିଷ୍ଠ ସଦସ୍ୟ କେ ଧର୍ମରାଓ ପ୍ରମୁଖ ଯୋଗ ଦେଇଥିଲେ | ତିରିଶ ଗୋଟି ଚାରା ରୋପଣ ସହ ଉତ୍ସାହୀ ଗ୍ରାମବାସୀଙ୍କୁ ଅନେକ ଚାରା ରୋପଣ ପାଇଁ ବିତରଣ କରାଯାଇଥିଲା l ପରିବେଶ ସମ୍ପର୍କୀୟ ପ୍ଲା କାର୍ଡ ଧରି ଗ୍ରାମବାସୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ