ବଲାଙ୍ଗୀର, ୧୪ ଜୁଲାଇ (ହି.ସ.)- ମେଡିକାଲରେ ଛାତରୁ ଡେଇଁ ଗୁରୁତର ହୋଇଛନ୍ତି ରୋଗୀ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଲଡିଂରୁ ଡେଇଁ ଜଣେ ରୋଗୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ଫଳରେ ତାଙ୍କ ଶରୀରର କେତେକ ସ୍ଥାନରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ନେବାରେ ଜଣାପଡିଛି ଯେ, ସେ କିଛିଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ଥିଲେ l ଗତ ୧୨ ତାରିଖରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ l ତେବେ ଆଜି ଭୋରରୁ ଏହି ଘଟଣା ଘଟିଛି l ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ