ବଣ୍ଡା ଘାଟିରେ ୪ ପଞ୍ଚାୟତକୁ ୧୨୫୫ ଆବାସ ଗୃହ ପ୍ରଦାନ; ସେଥିମଧ୍ୟରୁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୩୬ ଘର
ମାଲକାନଗିରି, ୧୬ ଜୁଲାଇ (ହି.ସ.)- ବଣ୍ତାଘାଟିରେ ଆବାସ ଫେଲ୍ । ଆଗକୁ ବଢୁନି ଆବାସ ଗୃହ ନିର୍ମାଣ କାମ । କିଏ ଫାଉଣ୍ତେସନ୍ ସ୍ତରରେ ତ ଆଉ କିଏ ହାତ କରଜ କରି ସ୍ଲାପ୍ ସ୍ତରରେ ଅଟକିଛି । ପ୍ରଶାସନର ଅନୁଦାନକୁ ଅପେକ୍ଷା କରିଛନ୍ତି ହିତାଧିକାରୀ । ଗତ କିଛି ମାସ ତଳେ ଖୋଦ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ
ବଣ୍ଡା ଘାଟିରେ ୪ ପଞ୍ଚାୟତକୁ ୧୨୫୫ ଆବାସ ଗୃହ ପ୍ରଦାନ; ସେଥିମଧ୍ୟରୁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୩୬ ଘର


ମାଲକାନଗିରି, ୧୬ ଜୁଲାଇ (ହି.ସ.)- ବଣ୍ତାଘାଟିରେ ଆବାସ ଫେଲ୍ । ଆଗକୁ ବଢୁନି ଆବାସ ଗୃହ ନିର୍ମାଣ କାମ । କିଏ ଫାଉଣ୍ତେସନ୍ ସ୍ତରରେ ତ ଆଉ କିଏ ହାତ କରଜ କରି ସ୍ଲାପ୍ ସ୍ତରରେ ଅଟକିଛି । ପ୍ରଶାସନର ଅନୁଦାନକୁ ଅପେକ୍ଷା କରିଛନ୍ତି ହିତାଧିକାରୀ । ଗତ କିଛି ମାସ ତଳେ ଖୋଦ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ବଣ୍ତାଘାଟି ଗ୍ରସ୍ତ କରି ଆବାସ ପାଇଁ ୫୦ ହଜାର ଅତିରିକ୍ତ ଅନୁକମ୍ପା ରାଶି ଘୋଷଣା କରିଥିଲେ । ହେଲେ ଆଜିଯାଏଁ ଅର୍ଥ ରାଶି ଅନୁମୋଦନ ହୋଇନଥିବାରୁ ବଣ୍ତା ହିତାଧିକାରୀ ଅନାଇ ବସିଛନ୍ତି । ଖଇରପୁଟ ବ୍ଲକ ର ବଣ୍ଡା ଜନଜାତି ବସ ବାସ କରୁଥିବା ୪ଟି ପଞ୍ଚାୟତକୁ ମୋଟ ୧୨୫୫ଟି ଆବାସ ଗୃହ ପ୍ରଦାନ କରାଯାଇଥିବାବେଳେ ସେଥିମଧ୍ୟରୁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୩୬ ଘର।

ସୂଚନା ମୁତାବକ ଅଣ୍ଡ୍ରାହଲ ପଞ୍ଚାୟତ ପାଇଁ ଆସିଛି ୫୭୦ ଘର ସେଥିମଧ୍ୟରୁ ନିର୍ମାଣ ହୋଇଛି ୧୫ଟି ଘର। ମୁଦୁଲିପଡ଼ା ପଞ୍ଚାୟତ ପାଇଁ ଆସିଛି ୫୯୧ ଘର

ସଂପୂର୍ଣ୍ଣ ହୋଇଛି ମାତ୍ର ୧୪ଟି ଘର। ମାଡ଼କାପଦରରେ ୬୭ ଜଣ ହିତାଧିକାରୀଙ୍କୁ ଘର ମିଳିଛି, ହେଲେ ତିଆରି ହୋଇଛି ମାତ୍ର ଗୋଟିଏ ଘର। ସେହିପରି

ବଡ଼ଡୁରାଲ ପଞ୍ଚାୟତରେ ୨୭ଟି ଘର ଆସିଥିବାବେଳେ ତିଆରି ହୋଇଛି ୬ଟି ଘର। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିର ପଡେଇଗୁଡା ଗାଁର ଆଦିବାରୀ କିର୍ଷାନୀ । ଗତ ୨୦୨୩ - ୨୪ ଆର୍ଥିକ ବର୍ଷରେ ତାଙ୍କୁ ଆବାସ ଗୃହ ମିଳିଥିଲା । ସମ୍ପୂର୍ଣ୍ଣ କରିବାର ୬ ମାସ ବିତିଲାଣି କିନ୍ତୁ ଫାଇନାଲ ବିଲ ହୋଇନାହିଁ । ଧାର କରଜ କରି ଘର ସମ୍ପୂର୍ଣ୍ଣ କରିଥିଲେ ଆଦିବାରୀ । ହେଲେ ଉପ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଅନୁଦାନ ଆଶା ଓ ଫାଇନାଲ ବିଲ ତାଙ୍କୁ ନିରାଶ କରିଛି। ଆଦିବାରୀଙ୍କ ପରି ବହୁ ଲୋକ ଏବେ ଅନୁଦାନକୁ ଚାହିଁ ରହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande