ଭୁବନେଶ୍ୱର, ୧୬ ଜୁଲାଇ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧୬ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୪୬୪.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୨୫ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୩୭୦.୯ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୩ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୧୪ ଜିଲ୍ଲାରେ ଅତ୍ୟଧିକ, ୧୦ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୩ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ