ଭଦ୍ରକ, ୧୬ ଜୁଲାଇ (ହି.ସ.) - ବୁଧବାର ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ପବନ ଯୋଗୁ ଭାଙ୍ଗିଲା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଜିଲା ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଦଧିନଉତିର ତ୍ରିଶୂଳ ଦଣ୍ଡ । ଫଳରେ ଦଣ୍ଡକୁ ଧାରଣ କରିଥିବା ନେତ ତଳକୁ ଖସି ପଡିଥିଲା । ବର୍ଷା ଛାଡିବା ପରେ ନୂଆ ନେତ ଲାଗି କରାଯାଇ ବାବାଙ୍କ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ