ଗୌଛରାରେ ଅଘଟଣ : ବିଦ୍ୟୁତ ଆଘାତରେ ଶ୍ରମିକ ମୃତ
ସମ୍ବଲପୁର, ୧୬ ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଗୋଛରା ପଂଚାୟତରେ ଜିପିଏଲଫ ଗୃହ ନିର୍ମାଣ କରୁଥିବା ଜନୈକ ଶ୍ରମିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଛରା ଜିପିଏଲ୍‌ଏଫ୍ ଗୃହ ନିର୍ମାଣରେ ନିୟୋଜିତ ବଙ୍ଗାଳି ଶ୍ରମିକ ସେଠାରେ ପାଖରେ ଥିବା ଟ
ଗୌଛରାରେ ଅଘଟଣ : ବିଦ୍ୟୁତ ଆଘାତରେ ଶ୍ରମିକ ମୃତ


ସମ୍ବଲପୁର, ୧୬ ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଗୋଛରା ପଂଚାୟତରେ ଜିପିଏଲଫ ଗୃହ ନିର୍ମାଣ କରୁଥିବା ଜନୈକ ଶ୍ରମିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଛରା ଜିପିଏଲ୍‌ଏଫ୍ ଗୃହ ନିର୍ମାଣରେ ନିୟୋଜିତ ବଙ୍ଗାଳି ଶ୍ରମିକ ସେଠାରେ ପାଖରେ ଥିବା ଟୁଲୁ ମୋଟରର ସୁଇଚ ଅନ୍ କରିବା ପାଇଁ ହାତ ମାରିଥିଲେ । ମାତ୍ର ହାତ ମାରିବା ମାତ୍ରେ ବିଦ୍ୟୁତ ଲାଗିବା ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତୁରନ୍ତ ତାଙ୍କୁ କୁଚିଣ୍ଡା ହସ୍ପିଟାଲକୁ ଆଣି ଡାକ୍ତରଙ୍କୁ ଦେଖାଇ ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଓ ମୃତକ ଜଣଙ୍କ ସାମଉନ ଶେଖ ବୟସ ( ୩୪ ), ଗାଁ ଶିକରପୁର ଜିଲ୍ଲା ମୁର୍ସିଦାବାଦ, ପଶ୍ଚିମବଙ୍ଗ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande