ଜୟପୁର, ୧୬ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ୧୯ଜଣ ସମିତିସଭ୍ୟ ଓ ୧୦ ଜଣ ସରପଂଚ ଉପଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ତିଳୋତମା ନିୟମିତ ଭାବେ ବ୍ଲକ କାର୍ଯ୍ୟାଳୟକୁ ଆସୁନାହାନ୍ତି କିମ୍ବା ନିୟମିତ ଭାବେ ସମିତି ବେ?ଠକ ଆୟୋଜନ କରୁନାହାନ୍ତି। ଏପରିକି ବିଭିନ୍ନ ସମୟରେ ସମିତି ସଭ୍ୟ ସଭ୍ୟାଙ୍କ ପ୍ରସ୍ତାବକୁ ଲିପିବଦ୍ଧ କରୁନାହାନ୍ତି। ସରକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ଅପବ୍ୟବହାର ଏବଂ ଠିକା କାର୍ଯ୍ୟକୁ ତାଙ୍କ ନିଜ ଲୋକଙ୍କ ମାଧ୍ୟମରେ କରି ଅର୍ଥ ଆତ୍ମସାତ କରୁଥିବା ସମିତି ସଭ୍ୟସଭ୍ୟାମାନେ ଅଭିଯୋଗ କରିଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ସମିତି ସଭ୍ୟ ସଭ୍ୟା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ସମ ସେ ନିଜେ ଅଧ୍ୟକ୍ଷ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରୁଛନ୍ତି। ଅଧ୍ୟକ୍ଷାଙ୍କ କାର୍ଯ୍ୟକାଳ ତୃତୀୟ ବର୍ଷ ଚାଲିଛି କିନ୍ତୁ ଗାଇଡ ଲାଇନ ହିସାବରେ କୌଣସି କମିଟି ତିଆରି କରାଯାଇ ନାହିଁ। ବିଭିନ୍ନ ସ୍ଥାନରେ କାର?୍ୟ୍ୟର ମାନ ନିମ୍ନ ମାନର ହେଉଛି ତାହାର ତଦାରଖ ମଧ୍ୟ କରାଯାଉନାହିଁ। ସରକାର ଦେଉଥିବା ଅର୍ଥରାଶିକୁ ଠିକ ରୁପେ ଗ୍ରାମା ଗୁଡିକରେ ବିନିଯୋଗ କରାଯାଇ ପାରୁନାହିଁ। ଦାବି ପତ୍ର ପ୍ରଦାନ ସମୟରେ ବ୍ଲକ ଉପାଧ୍ୟକ୍ଷ ଗଣେଶ ପ୍ରସାଦ ପାଢୀ ସମେତ ସରପଂଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି