ଜୟପୁର, ୧୬ ଜୁଲାଇ (ହି.ସ.)- ବିବାହର ପ୍ରତିଶୃତି ଦେଇ ଯୁବତୀ ଜଣକୁ ଗର୍ଭବତୀ କରିଥିବା ଘଟଣାରେ ମହିଳା ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି।
ପୁଲିସ କହିବାନୁଯାୟୀ, ମାଲକାନଗିରି ଜିଲ୍ଲା କାମରାଗୁଡା ଅଞ୍ଚଳର ଝିନୁ ଖିଲ ହାନାଗୁଡା ଅଞ୍ଚଳର ଜଣେ ଯୁବତୀ ସହ ପ୍ରେମ କରିଥିଲେ। ସେମାନଙ୍କ ମଧ୍ୟରେ ଶାରିରିକ ସ˚ପର୍କ ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଯୁବତୀ ଜଣକ ବିବାହ କରିବା ପାଇଁ ଝିନୁକୁ ବାଧ୍ୟ କରିବାରୁ ଝିନୁ ଫେରାର ହୋଇଯାଇଥିଲେ। ଏନେଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିବା ପରେ ମହିଳା ପୁଲିସ ଅଭିଯୁକ୍ତ ଝିନୁକୁ ଗିରଫ କରି କୋର୍ଟଚାଲାଣ କରିଥିବା ମହିଳା ଥାନା ଅଧିକାରୀ ଅଶ୍ରିତା ଖାଲକୋ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି