ଭୁବନେଶ୍ୱର, 16 ଜୁଲାଇ (ହି.ସ.) ସରକାର ବର୍ଭମାନର ମୟୂରଭଞ୍ଜ ପୋଲିସ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରି ଏବଂ ଉଭୟ ପୋଲିସ ଜିଲ୍ଲାରେ ପ୍ରଭାବୀ ପୋଲିସ ସେବା ଏବଂ ଦକ୍ଷ ସାଧାରଣ ସେବା ପ୍ରଦାନ ପାଇଁ ରାଇରଙ୍ଗପୁରରେ ମୁଖ୍ୟାଳୟ ସହିତ ଏକ ନୂତନ ପୋଲିସ ଜିଲ୍ଲା ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।
ନୂତନ ଭାବେ ସୃଷ୍ଟି ହୋଇଥିବା ରାଇରଙ୍ଗପୁର ପୋଲିସ ଜିଲ୍ଲାରେ ୨ଟି ପୋଲିସ ସବ - . ଡିଭିଜନ୍ (ଅର୍ଥାତ୍ ରାଇରଙ୍ଗପୁର ପୋଲିସ ସବ - ଡିଭିଜନ୍ ଏବଂ କରଞ୍ଜିଆ ପୋଲିସ ସବ – ଡିଭିଜନ୍), ୧୪ଟି ଥାନା ଯଥା (କ) ରାଇରଙ୍ଗପୁର ଥାନା (ଖ) ରାଇରଙ୍ଗପୁର ଟାଉନ ଥାନା (ଗ) ବାଦାମପାହାଡ ଥାନା (ଘ) ଗୋରୁମହିଷାଣି ଥାନା (ଙ) ବିଶୋଇ ଥାନା (ଚ) ତିରିଙ୍ଗ ଥାନା (ଛ) ବହଳଦା ଥାନା (ଜ) ଜାମଦା ଥାନା (ଝ) କରଞ୍ଜିଆ ଥାନା () ଠାକୁରମୁଣ୍ଡା ଥାନା (ଟ) ମହୁଲଡିହ ଥାନା (୦) ରରୁଆଁ ଥାନା(ଡ) ଘାଗରବେଡା ଥାନା । ଏବଂ (ଢ) ଯଶିପୁର ଥାନା, ୫ ଟି ଆଉଟପୋଷ୍ଟ ଏବଂ ୨ ଟି ବିଟ୍ ହାଉସ୍ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା