ସୌମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କ୍ୟାଣ୍ଡେଲ ଜାଳିଲା ଚମ୍ପୁଆ କଂଗ୍ରେସ୍
କେନ୍ଦୁଝର, 16 ଜୁଲାଇ (ହି.ସ.) ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଆଜି ଏହା ନେଇ କେନ୍ଦୁଝର ଚମ୍ପୁଆ ଉପଖଣ୍ଡ କଂଗ୍ରେସ ପକ୍ଷରୁ ରାଜ୍ୟ ଆଦିବାସି ସେଲ୍ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଙ୍କ ଅଧ୍ୟକ୍ଷତାରେ ପକ୍ଷ
ସୌମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କ୍ୟାଣ୍ଡେଲ ଜାଳିଲା ଚମ୍ପୁଆ କଂଗ୍ରେସ୍


କେନ୍ଦୁଝର, 16 ଜୁଲାଇ (ହି.ସ.) ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଆଜି ଏହା ନେଇ କେନ୍ଦୁଝର ଚମ୍ପୁଆ ଉପଖଣ୍ଡ କଂଗ୍ରେସ ପକ୍ଷରୁ ରାଜ୍ୟ ଆଦିବାସି ସେଲ୍ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଙ୍କ ଅଧ୍ୟକ୍ଷତାରେ ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରଯାଇଥିଲା। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପ୍ରଦାନ ଦାବିରେ ସମସ୍ତ କାର୍ଯ୍ୟକର୍ତ୍ତା କ୍ୟାଣ୍ଡଲ୍ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ଶତାଧିକ କର୍ମୀ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande