ସୌମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କ୍ୟାଣ୍ଡେଲ ଜାଳିଲା ଆପ
କେନ୍ଦୁଝର, 16 ଜୁଲାଇ (ହି.ସ.) ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଆଜି ଏହା ନେଇ କେନ୍ଦୁଝର ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟା
ସୌମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କ୍ୟାଣ୍ଡେଲ ଜାଳିଲା ଆପ


କେନ୍ଦୁଝର, 16 ଜୁଲାଇ (ହି.ସ.)

ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଆଜି ଏହା ନେଇ କେନ୍ଦୁଝର ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପ୍ରଦାନ ଦାବିରେ ସମସ୍ତ କାର୍ଯ୍ୟକର୍ତ୍ତା କ୍ୟାଣ୍ଡଲ୍ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆମ୍ ଆଦମୀ ପାର୍ଟି ତରଫରୁ କର୍ମକର୍ତ୍ତା କାର୍ଯ୍ୟକାରୀ ସଭାପତି ଜୈନୁଲ୍ ଅବେଡିନ, ଉପସଭାପତି ପ୍ରେମାନନ୍ଦ ସିଂ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ନେଘନାଥ ମାଝୀ, ସମ୍ପାଦକ ଶୁଭଙ୍କର ମହାନ୍ତି, ଯୁବ ସଭାପତି ପ୍ରିତିଶ୍ ହେମ୍ବ୍ରମ, ସଦସ୍ୟ ଦାଶରଥି ମହାନ୍ତ, ସୁଧୀର ମହାନ୍ତ, ସନ୍ତୋଷ ବାରିକ, ଦିପୁ ମହାନ୍ତ ଙ୍କ ଉପସ୍ଥିତିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande