ଚକ୍ରଧର ବେହେରା ଥିଲେ କନିକା କ୍ରାନ୍ତିର ମହାନାୟକ
ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ଥିଲେ ମହାନ୍ ବିପ୍ଳବୀ ଚକ୍ରଧର ବେହେରା । ଏହି ମହାନାୟକଙ୍କ ତ୍ୟାଗ, ତିତିକ୍ଷା, ନିଷ୍ଠା, ସଂଘର୍ଷ, ସାହସ, ସ୍ୱାଭିମାନ ଓ ଦେଶପ୍ରେମ ଅବର୍ଣ୍ଣନୀୟ ଅଟେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ଗରିବ କୃଷକ ସମାଜର
ଚକ୍ରଧର ବେହେରା ଥିଲେ କନିକା କ୍ରାନ୍ତିର ମହାନାୟକ


ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ଥିଲେ ମହାନ୍ ବିପ୍ଳବୀ ଚକ୍ରଧର ବେହେରା । ଏହି ମହାନାୟକଙ୍କ ତ୍ୟାଗ, ତିତିକ୍ଷା, ନିଷ୍ଠା, ସଂଘର୍ଷ, ସାହସ, ସ୍ୱାଭିମାନ ଓ ଦେଶପ୍ରେମ ଅବର୍ଣ୍ଣନୀୟ ଅଟେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ଗରିବ କୃଷକ ସମାଜର ଶୁଭଚିନ୍ତକ ଭାବେ ସେ ସର୍ବଦା ଏ ଜାତିର ଚିରନମସ୍ୟ ଓ ପ୍ରାତଃସ୍ମରଣୀୟ । ବ୍ରିଟିଶ ଓ ରାଜକୀୟ ଶାସନର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରି ଆଜୀବନ ପ୍ରଜାଙ୍କ ହିତ ପାଇଁ ଲଢେଇ କରିଥିଲେ ବୋଲି ମହାନ୍ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ମହାନ୍ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସାହିତ୍ୟିକ ଡାକ୍ତର ଗୌରହରି ଦାସ ସମ୍ମାନିତ ବକ୍ତା ଭାବେ ଭାବେ ଯୋଗଦେଇ ଚକ୍ରଧର ବେହେରାଙ୍କ ତ୍ୟାଗପୂତ ଜୀବନାଦର୍ଶର ଅନାଲୋଚିତ ଦିଗ ଉପରେ ଆଲୋକପାତ କରିବାକୁ ଯାଇ କହିଲେ ଯେ କନିକା ପ୍ରଜା ଆନ୍ଦୋଳନର ମହାନାୟକ ଚକ୍ରଧର ବେହେରା ଥିଲେ ଜଣେ ସ୍ପର୍ଦ୍ଧିତ ଓ ଅନନ୍ୟ ବ୍ୟକ୍ତିତ୍ୱ । ଚକ୍ରଧର ବେହେରା ଥିଲେ କନିକା କ୍ରାନ୍ତିର ମହାନାୟକ। ସେ ସମୟରେ ଅତ୍ୟଧିକ କର ବା ଖଜଣା ପ୍ରଜାମାନଙ୍କ ମଧ୍ୟରେ ଏକ ନିରନ୍ତର ଘୃଣାର ଉତ୍ସ ପାଲଟିଥିଲା। ସେ ରାଜାଙ୍କ ହିସାବ ରକ୍ଷକ ଭାବରେ କାର୍ଯ୍ୟ କରୁଥିବା ସମୟରେ, ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ପ୍ରଜାମାନଙ୍କ ଅଧିକାର ସୁରକ୍ଷିତ କରିବା ପାଇଁ ରାଜାଙ୍କ ବିରୁଦ୍ଧରେ ଆନ୍ଦୋଳନ ସଂଗଠିତ କରିଥିଲେ । କନିକା ପ୍ରଜା ଆନ୍ଦୋଳନ ପାଇଁ କେବଳ ଚକ୍ରଧର ବେହେରା ନୁହଁନ୍ତି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ କାରାବରଣ କରିଥିଲେ । କନିକା ପ୍ରଜାମୁକ୍ତି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେହି ଅଞ୍ଚଳର ପ୍ରଜାଙ୍କୁ ସ୍ୱାବଲମ୍ବୀ କରିବା । ତାଙ୍କୁ ଜଣେ ସଚ୍ଚା ଦେଶପ୍ରେମୀ, ନିଃସ୍ୱାର୍ଥପର ଦେଶସେବକ ଓ ସ୍ୱାଧୀନତାର ପୂଜାରୀ ବୋଲି ଉଲ୍ଲେଖ କରି ଏହି ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଗାମୀ ପିଢ଼ିିି ଜାଣିବା ନିହାତି ଆବଶ୍ୟକ ବୋଲି ଡ. ଦାସ ଉଲ୍ଲେଖ କରିଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକଅନୁଜ କୁମାର ଦାସ ପଟ୍ଟନାୟକ ସ୍ୱାଗତ ଭାଷଣରେ କହିଥିଲେ ଯେ ଚକ୍ରଧର ବେହେରା ଥିଲେ ଜଣେ ସାଲିସ ବିହୀନ କ୍ରାନ୍ତିକାରି ପୁରୁଷ । ସେ ସମୟରେ ରାଜାଙ୍କ ଦ୍ୱାରା ଆଦାୟ କରାଯାଉଥିବା ୬୪ ପ୍ରକାର କର ଯାହା ପ୍ରଜାମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା, ତାହା ବିରୁଦ୍ଧରେ ସ୍ୱର ଉତୋଳନ କରି କନିକା ପ୍ରଜା ଆନ୍ଦୋଳନକୁ ସେ ସାମାଜିକ କ୍ରାନ୍ତିରେ ପରିଣତ କରିଥିଲେ । ଏହି ଆନ୍ଦୋଳନକୁ ତୀବ୍ରତର କରି ସେ ବ୍ରିଟିଶ ଶାସନ ତଥା ସ୍ଥାନୀୟ ରାଜାଙ୍କ ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରି କାରବରଣ କରିଥିଲେ। ସେ କନିକା ରାଜା କିମ୍ବା ବ୍ରିଟିଶ କର୍ତୃପକ୍ଷଙ୍କ ନିକଟରେ ମୁଣ୍ଡ ନୁଆଁଇ ନଥିଲେ । ଚକ୍ରଧର ବେହେରା କେବଳ ଏକ ଜନନେତା ନ ଥିଲେ ବରଂ ସେ ଲୋକମାନେ ଭିତରେ ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ଆଲୋକ ଜାଗ୍ରତ କରିଥିଲେ। ତାଙ୍କର ଜୀବନାଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ଦାସ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଲୋକସମ୍ପର୍କ ବିଭାଗର ନିର୍ଦେଶକ (ବୈଷୟିକ) ଗୁରବୀର ସିଂହ ମହାନ ଜନନାୟକ ବିପ୍ଲବୀ ଚକ୍ରଧର ବେହେରାଙ୍କ ସ୍ମୃତି ଚାରଣ କରିବା ପୂର୍ବକ ତାଙ୍କ ଜୀବନାଦର୍ଶ ରେ ଅନୁପ୍ରାଣିତ ହେବାକୁ ନିବେଦନ କରିଥିଲେ।

ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତରଙ୍ଗ ଅନୁଷ୍ଠାନର ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ଚକ୍ରଧର ବେହେରା ସ୍ମୃତି ସଂସଦର ସହସମ୍ପାଦକ ତଥା ଚକ୍ରଧର ବେହେରାଙ୍କ ନାତି ପ୍ରଭାକର ପରିଡା ଅତିଥିମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବିଭାଗୀୟ ଉପନିର୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଜୟଦେବ ଭବନର ଉପନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande