ସିଏସସିର ୧୬ ବର୍ଷ ପୂର୍ତି ପାଳନ : ବୃକ୍ଷ ରୋପଣ ସହ ବିଭିନ୍ନ ସେବାକାର୍ଯ୍ୟ ଉଦଘାଟିତ
ସମ୍ବଲପୁର, ୧୬ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲାର ସମସ୍ତ ଜନସେବା କେନ୍ଦ୍ର (ସିଏସସି) ଗୁଡିକର ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କୁ ନିର୍ଭୁଲ ସେବା ଯୋଗାଇ ଆସୁଥିବା ସମସ୍ତ ସିଏସସି ଚଳିତ ବର୍ଷ ୧୬ ବର୍ଷରେ ଅବତରଣ କରିଛି କ୍ଷ ସିଏସସିର ଏହି ୧୬ ବର୍ଷ ପୂର୍ତି ଅବସରରେ ସମଗ୍ର ରାଜ୍ୟରେ ଭିଏଲଇ ଭାଇ ମାନେ ସ
ସିଏସସିର ୧୬ ବର୍ଷ ପୂର୍ତ୍ତି ପାଳନ :   ବୃକ୍ଷ ରୋପଣ ସହ ବିଭିନ୍ନ ସେବାକାର୍ଯ୍ୟ ଉଦଘାଟିତ


ସିଏସସିର ୧୬ ବର୍ଷ ପୂର୍ତ୍ତି ପାଳନ :   ବୃକ୍ଷ ରୋପଣ ସହ ବିଭିନ୍ନ ସେବାକାର୍ଯ୍ୟ ଉଦଘାଟିତ


ସମ୍ବଲପୁର, ୧୬ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲାର ସମସ୍ତ ଜନସେବା କେନ୍ଦ୍ର (ସିଏସସି) ଗୁଡିକର ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କୁ ନିର୍ଭୁଲ ସେବା ଯୋଗାଇ ଆସୁଥିବା ସମସ୍ତ ସିଏସସି ଚଳିତ ବର୍ଷ ୧୬ ବର୍ଷରେ ଅବତରଣ କରିଛି କ୍ଷ ସିଏସସିର ଏହି ୧୬ ବର୍ଷ ପୂର୍ତି ଅବସରରେ ସମଗ୍ର ରାଜ୍ୟରେ ଭିଏଲଇ ଭାଇ ମାନେ ସିଏସସିର ଜନ୍ମଦିନ କେକ୍ କାଟିବା ସହ ବୃକ୍ଷ ରୋପଣ, ବାଇକ୍ ରାଲି ଓ ସିଏସସିର ବିଭିନ୍ନ ଜନସେବା କାର୍ଯ୍ୟକୁ ବେଶ୍ ଉତ୍ସାହିତ ସହ ଉଦଘାଟନ କରି ପାଳନ କରିଛନ୍ତି ।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ମଧ୍ୟ ଆଜି ବ୍ଲକର ସମସ୍ତ ଭିଏଲଇ ଭାଇମାନେ ନିଜ ନିଜ ସେଂଟରକୁ ଫୁଲ, ବେଲୁନ୍ ରେ ସୁସଜ୍ଜିତ କରି କେକ୍ କାଟିବା ସହ ସେବାକେନ୍ଦ୍ରର ବିଭିନ୍ନ ସେବା କାର୍ଯ୍ୟକୁ ଉଦଘାଟନ କରି ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରି ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ଆଜି ଜମନକିରା ବ୍ଲକ ପରିସରରେ ଲାଲକୃଷ୍ଣ ଜୟପୁରିୟା, ଶୁଭମ ପଟେଲ, ବବଲୁ ପଟେଲ, ଶୁଭମ ପଟେଲ (୨), ଲକ୍ଷ ହଂସ, ସୌରଭ ପଟେଲ, ଲିପନ ନାଏକଙ୍କ ସହ ବ୍ଲକ ର ଅଧିକାଂଶ ଭିଏଲଇ ଭାଇ ମାନେ ଯୋଗ ଦେଇ ମିଳିତ ଭାବେ ସିଏସସିର ୧୬ ବର୍ଷ ପୂର୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି । ସେହିପରି ଜମନକିରା ସହ ସମ୍ବଲପୁର, କୁଚିଣ୍ଡା, ବାମରା, ରେଢ଼ାଖୋଲ, ନାକଟିଦେଉଳ, ରେଙ୍ଗାଲି, ଯୁଯୁମୁରା ଭଳି ବିଭିନ୍ନ ସ୍ଥାନରେ ସିଏସସିର ୧୬ତମ ବର୍ଷ ପୂର୍ତି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରମୁଖ ଅସିତ ମହାନ୍ତି ଓ ଦିନେଶ ପଧାନ ସମସ୍ତ ଜିଲ୍ଲା ଭିଏଲଇ ଭାଇ ମାନଙ୍କୁ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ମଧ୍ୟ ସିଏସସି ଏହି ଭଳି ସବୁ ସମୟରେ ଲୋକଙ୍କ ସୁଖ ଦୁଃଖ ର ସାଥି ହୋଇ ଚାଲି ରହିବ ବୋଲି ଆହ୍ୱାନ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande