ଜୟପୁର, ୧୬ ଜୁଲାଇ (ହି.ସ.)- ଆସନ୍ତା ୧୭ ତାରିଖରେ କ˚ଗ୍ରେସ ଦଳ ଓ ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଜୟପୁରର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ବନ୍ଦକୁ ସଫଳ କରିବାକୁ ଜୟପୁର ସ୍ଥିତ ଜିଲ୍ଲା କ˚ଗ୍ରେସ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଜୟପୁର ବାସୀଙ୍କୁ ନିବେଦନ କରାଯାଇଛି। ଜିଲ୍ଲା କ˚ଗ୍ରେସ କମିଟି ସଭାପତି ଶଶି ଭୁଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନଗର କ˚ଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି ଉପସ୍ଥିତ ରହି କେବଳ କ˚ଗ୍ରେସ ନୁହେଁ ସବୁଦଳ ଏହି ଓଡିଶା ବନ୍ଦ ସଫଳ କରିବା ପାଇଁ ଆଗକୁ ବାହାରନ୍ତୁ। ନରେନ୍ଦ୍ର ମହାନ୍ତି ଜୟପୁର ଲରି ସ˚ଘ, ଟ୍ରକ ଚାଳକ ସ˚ଘ, ଚାମ୍ବର ଅଫ କମର୍ସ ଏବ˚ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ଆସନ୍ତା ୧୭ ତାରିଖ ଦିନ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି। ନିଜ ଦଳ ଏବିଭିପିର ଝିଅ ବି ବାଦ ପଡିଲାନି। ସେ ଝିଅ ପେଟ୍ରୋଲ ଆଣିଲା, ସମସ୍ତେ ଦେଖୁଥିଲେ କେହି ପ୍ରତିବାଦ କଲେନାହିଁ। ବିଜେପି ଦଳ ଶାସନକୁ ଆସିବା ପରେ କାହାରି କଥା ଶୁଣୁ ନାହାନ୍ତି। ଏ ସରକାର ନୈତିକତା ଦୃଷ୍ଟିରୁ ଶାସନରୁ ଓହରିଯିବା ଦରକାର। ଯାହାକୁ ଘୋର ବିରୋଧ କରାଯାଉଛି। ବିଜେପି ଦଳ ତାଙ୍କ ଏବିଭିପି(ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ)ଝିଅକୁ ହତ୍ୟା କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କ˚ଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି।
ସଭାରେ ଯୁଧିଷ୍ଠିର ରାଉଳ, ମନସ୍ବିନୀ ଟାକ୍ରି, ମଦନ ମୋହ ନାୟକ, କୃଷ୍ଣ ଚନ୍ଦ୍ର ନେପାକ, ମହିଳା ସଭାନେତ୍ରୀ ନଳିନୀ ରଥ, ଯୁବ ନେତା ସୁକାନ୍ତ ପଟ୍ଟନାୟକଙ୍କ ସମେତ ଅନ୍ୟ କ˚ଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି