ସମ୍ବଲପୁର, ୧୬ ଜୁଲାଇ (ହି.ସ.) - କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସମ୍ମାନ ଜନକ ରାଷ୍ଟ୍ରୀୟ ଗୁଣବତା ସୂଚକ ମାନଦଣ୍ଡ (ଏନକ୍ୟୁଏଏସ) ପୁରସ୍କାର ମିଳିଛି ଓ ଗତ ଜୁନ ୨୦-୨୧ ତାରିଖ ରେ ୨ ଜଣିଆ ଜାତୀୟ ଦଳ ଡା. ରାଜେଶ ମିଶ୍ର ଓ ପ୍ରୀତି ସଂଗୀତା ।ରା ଆସି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ୧୨ ଗୋଟି ବିଭାଗ ର ତର୍ଜମା କରିଥିଲେ ଓ ଏହି ଆକଳନ ସମୟରେ ଡା. ଦିଲୀପ ମୁଦୁଲି, ଡା ସୁନିତା ମେଣ୍ଡୁଳି, ଫାରମାସି ଅଫିସର ରାମଚନ୍ଦ୍ର ରାଉତ,ସୁପ୍ରୀତ ନାୟକ, ଖିତିପ୍ରଭା ଭୋଇ, ପୁଷ୍ପାଞ୍ଜଳି ପଟେଲ, ନିରୁପମା ଧଳ, ଲିଜ଼ାଲୀନ ପୃସେଠ, ସୁପ୍ରଭାତ ସାହୁ, ସୁପ୍ରଭା ରାଉତ, ସୋନାଲି ପ୍ରଧାନ, ମୀରାରାଣୀ ନାୟକ, ସୁପ୍ରିୟା ସାହୁ, ପ୍ରୀତ୍ୟପଦ୍ମ ରଥ ତଥା ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଓ ଜନ ଆରୋଗ୍ୟ ସମିତି ସଭ୍ୟ ଶ୍ରୀ ହୀରାଲାଲ ବେହେରା ଓ ମହିଳା ଆରୋଗ୍ୟ ସମିତି ର ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହି ସହାୟତା କରିଥିଲେ ଓ ନଗର କାର୍ଯ୍ୟକ୍ରମ ପରିଚାଳନା ବିଭାଗ ସମ୍ବଲପୁର ତରଫରୁ ଡା. ଅଶୋକ ଦାସ (ଅତିରିକ୍ତ ଜିଲ୍ଲା ନଗର ସ୍ୱାସ୍ଥ୍ୟ ଅଧିକାରୀ), ମୃତୁଞ୍ଜୟ ମୁଣ୍ଡ (ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ), ନିକୁ ରଞ୍ଜନ ପ୍ରତିହାରୀ (ନଗର କାର୍ଯ୍ୟକ୍ରମ ପରିଚାଳକ), ଶ୍ରୀମତୀ ୍େୱ÷ଶାଳିନୀ ସାହୁ (ଗୁଣବତା ଅଧିକାରୀ), ମଳୟ ରଞ୍ଜନ ପାଣିଗ୍ରାହୀ (ଅତିରିକ୍ତ କାର୍ଯ୍ୟକ୍ରମ ପରିଚାଳକ, ସହରାଂଚଳ) ପ୍ରମୁଖ ଉପସ୍ଥିତ ରହି ତର୍ଜମା ପ୍ରକ୍ରିୟା କୁ ପରିଚାଳନା କରି ଥିଲେ ଓ ସମ୍ମାନ ପାଇଁ ଜାତୀୟ ଦଳ ମିଳୁଥିବା ସ୍ୱାସ୍ଥ୍ୟ ସେବା, ଔଷଧ କେନ୍ଦ୍ର, ପାଥୋଲୋଜି, ଡ୍ରେସିଂ ରୁମ, ଫିଜିଓ ଥେରାପି, ଟୀକାକରଣ, ପରିବାର ନିୟୋଜନ ତଥା ପରିସ୍କାର ପରିଛନତା ଆଦି ତଦାରଖ କରିଥିଲେ ଓ ଏହି ଆକଳନ ରେ ସର୍ବମୋଟ ୯୧.୨୪ % ଅଙ୍କ ରଖି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତୀର୍ଣ ହୋଇ ଏହି ସମ୍ମାନ ଜନକ ଏନକ୍ୟୁଏଏସ ପୁରସ୍କାର ପାଇବା ପାଇଁ ହକଦାର ହୋଇଛି ଓ ଏହି ପୁରସ୍କାର ପାଇବା ପରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପୁରସ୍କୃତ ଦଳ ତଥା ନଗର କାର୍ଯ୍ୟକ୍ରମ ପରିଚାଳନା ବିଭାଗ, ସମ୍ବଲପୁର କୁ ଶୁଭେଚ୍ଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ