ଜୟପୁର, 16 ଜୁଲାଇ (ହି.ସ.)- ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଲାଗୁଡା ଛକରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ 24ଟି ଚୋରା କାଠ ବୋଝେଇ ଏକ ଟ୍ରକ ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଛତିଶଗଡ ସୁମୁନି ଜିଲ୍ଲା ଅନ୍ତର୍ଗତ ରାଜନନ୍ଦ ଗାଁ ର କୋଟେଶ୍ୱର କୁମାର ସାହୁ l ଚୋରା କାଠ ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ପାଇ ବୈପାରୀଗୁଡା ରେଞ୍ଜର ସନ୍ଦୀପ ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ବନପାଳ ରଞ୍ଜିତା କୁମାରୀ ନାୟକଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ପାରା ଷ୍ଟାଫଙ୍କ ସହାୟତା ରେ ମଲାଗୁଡା ଠାରେ ଚଢ଼ାଉ କରିଥିଲେ l ଏକ ଟ୍ରକ ରେ ବେଆଇନ ଭାବେ 24ଟି ଶିମିଳି କାଠ ସହ ଗୋଟିଏ ଲେଖାଁଏ ଶାଳ ଓ ବିଜା କାଠ ଗଣ୍ଡି ଥିବା ବେଳେ ସେ ସବୁ ଜବତ କରାଯାଇଛି l ଟ୍ରକ ଚାଳକଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚଲାଣ କରାଯାଇଛି l ଜବତ ହୋଇଥିବା କାଠର ମୂଲ୍ୟ 23 ହଜାର ଟଙ୍କାରୁ ଅଧିକ ହେବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି