ବୈତରଣୀ ନଦୀପଠାରୁ ଗାଈକୁ ଝାମ୍ଫିନେଲା ହିଂସ୍ର କୁମ୍ଭୀର
ଭଦ୍ରକ, ୧୬ ଜୁଲାଇ (ହି.ସ.) - ଭଦ୍ରକ ଓ ଯାଜପୁର ଜିଲା ସୀମାନ୍ତରେ ପ୍ରବାହିତ ବୈତରଣୀ ନଦୀର ବୋଡକ ଓ କୟା ଘାଟ ନିକଟସ୍ଥ ବୋଡକ ଗୁଣ୍ଡୁଣିପଡା ନଦୀ ପଠାରେ ଏକ ଗାଈ ଚରୁଥିବା ସମୟରେ ୧୪/୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା । ନିକଟରେ ଥିବା କିଛି ଲୋକ କୁମ୍ଭୀର ଘୋଡାଇ ଥିଲେ ମଧ୍ୟ ହିଂସ୍ର କୁମ
KUMBHIRA JHAMPI NELA GAI KU


ଭଦ୍ରକ, ୧୬ ଜୁଲାଇ (ହି.ସ.) - ଭଦ୍ରକ ଓ ଯାଜପୁର ଜିଲା ସୀମାନ୍ତରେ ପ୍ରବାହିତ ବୈତରଣୀ ନଦୀର ବୋଡକ ଓ କୟା ଘାଟ ନିକଟସ୍ଥ ବୋଡକ ଗୁଣ୍ଡୁଣିପଡା ନଦୀ ପଠାରେ ଏକ ଗାଈ ଚରୁଥିବା ସମୟରେ ୧୪/୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା । ନିକଟରେ ଥିବା କିଛି ଲୋକ କୁମ୍ଭୀର ଘୋଡାଇ ଥିଲେ ମଧ୍ୟ ହିଂସ୍ର କୁମ୍ଭୀର ଗାଈଟିକୁ ମଝିନଇ କୁ ନେଇଯାଇଥିଲା । ଯାହାଫଳରେ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆ ଗାଁର ଲୋକ । ବୈତରଣୀ ନଦୀରେ ଏବେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ନଦୀ କୂଳ ଲଙ୍ଘୁଥିବାରୁ ଅନେକ ସମୟରେ ହିଂସ୍ର କୁମ୍ଭୀର ନଦୀ ପଠାରେ ଶୋଇ ରହୁଥିବା ସ୍ଥାନୀୟ ଲୋକ କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande