ଶ୍ରୀମନ୍ଦିରରେ କର୍କଟ ସଂକ୍ରାନ୍ତି ଓ ଦକ୍ଷିଣାୟନ ବନ୍ଦାପନା
ପୁରୀ, ୧୬ ଜୁଲାଇ (ହି.ସ.)- ବୁଧବାର ଦିନ ଶ୍ରୀମନ୍ଦିରରେ କର୍କଟ ସଂକ୍ରାନ୍ତି ଓ ଦକ୍ଷିଣାୟନ ବନ୍ଦାପନା ହୋଇଯାଇଛି । ଶ୍ରୀବିଗ୍ରହମାନଙ୍କର ସକାଳଧୂପ ଓ ଭୋଗମଣ୍ଡପ ଧୂପ ଶେଷ ହେବା ପରେ ମଇଲମ ଓ ଭିତରେ ପାଣିପଡ଼ି ମହାସ୍ନାନ କରାଯାଇଥିଲା । ତିନିବାଡ଼ରେ ଦିଅଁଙ୍କୁ ବୋଇରାଣି ବସ୍ତ୍ର ଲାଗି କରାଯାଇଥିଲା ।
ଶ୍ରୀମନ୍ଦିରରେ କର୍କଟ ସଂକ୍ରାନ୍ତି ଓ ଦକ୍ଷିଣାୟନ ବନ୍ଦାପନା


ପୁରୀ, ୧୬ ଜୁଲାଇ (ହି.ସ.)- ବୁଧବାର ଦିନ ଶ୍ରୀମନ୍ଦିରରେ କର୍କଟ ସଂକ୍ରାନ୍ତି ଓ ଦକ୍ଷିଣାୟନ ବନ୍ଦାପନା ହୋଇଯାଇଛି । ଶ୍ରୀବିଗ୍ରହମାନଙ୍କର ସକାଳଧୂପ ଓ ଭୋଗମଣ୍ଡପ ଧୂପ ଶେଷ ହେବା ପରେ ମଇଲମ ଓ ଭିତରେ ପାଣିପଡ଼ି ମହାସ୍ନାନ କରାଯାଇଥିଲା । ତିନିବାଡ଼ରେ ଦିଅଁଙ୍କୁ ବୋଇରାଣି ବସ୍ତ୍ର ଲାଗି କରାଯାଇଥିଲା । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ଚନ୍ଦନ ସର୍ବାଙ୍ଗ ଲାଗି କରିଥିଲେ । ପରେ ପରେ ପୁଷ୍ପାଳକ ବେଶ ବଢ଼ାଇ ସିଂହାସନରୁ ଓହ୍ଲାଇ ଆସଥିଲେ । ପାଣି ପଡ଼ି ଦ୍ୱିପ୍ରହର ଧୂପ ଉଠିଥିଲା । ଘଣ୍ଟ, ଛତା, କାହାଳୀ ସହ ରୋଷଘରୁ ତଳିଛ ଓ ପ୍ରଧାନୀ ହାତପୈଠ କରି ଭୋଗ ଛାମୁକୁ ଆଣିଥିଲେ । ଭୋଗ ଉଠିବା ପରେ ଶ୍ରୀଅଙ୍ଗରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ତିନି ଜଣ ପୂଜାପଣ୍ଡା ପୂଜାରେ ବସି ଟେରା ପଡ଼ିବା ପରେ ପ୍ରସ୍ତୁତ ବଳିଭାତରୁ ଅନ୍ନ ବଳି, ଜଣେ ପୂଜାପଣ୍ଡା, ପତ୍ରୀ ଓ ସୁଆରବଡ଼ୁ ବାହାରକୁ ଆସି ମନ୍ଦିର ଚାରିପଟେ ଥୋଇଥିଲେ । ଭିତରେ ପୂଜା ବଢ଼ିଲେ ଟେରା ଫିଟି ଆଳତି ହୋଇଥିଲା । ପରେ ଭୋଗ ବାହାରି ପାଣିପଡ଼ିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରିଥିଲେ । କର୍କଟ ସଂକ୍ରାନ୍ତି ଓ ଦକ୍ଷିଣାୟନ ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଦକ୍ଷିଣାୟନ ବନ୍ଦାପନା ହୋଇଥିଲା । ଏହି ଦିନର ଅନ୍ୟ ଏକ ମହତ୍ତ୍ଵ ହେଉଛି ଏହି ଦିନ ପ୍ରତ୍ୟେକ ଓଡିଆ ଘରର ରୋଷେଇ ଘର କବାଟରେ ଲକ୍ଷ୍ମୀଙ୍କ ବଡଭଉଣୀ ଅଲକ୍ଷ୍ମୀଙ୍କୁ ଆଙ୍କି ଧୂପ ନୈବେଦ୍ୟ ସହ ପୂଜା କରାଯାଇଥିଲା । ସାଧାରଣତଃ ରୋଷେଇ ଘର କବାଟ ଦକ୍ଷିଣ ଦିଗକୁ ମୁହଁ କରି ରହିଥିବା ଯୋଗୁଁ ସେଠାରେ ତାଙ୍କର ଚିତ୍ର ଆଙ୍କି ଅବା ଗୁଆ ଦ୍ଵାରା ପୂଜା କରାଯାଇଛି । ସଙ୍ଖୁଡି ଭୋଗ ଅଲକ୍ଷ୍ମୀଙ୍କୁ ଲାଗି ହୋଇଥିଲା । ଦକ୍ଷିଣାୟନ ସଂକ୍ରାନ୍ତି ଦିନ ସରିବା ପରେ ମା ଲକ୍ଷ୍ମୀଙ୍କର ଚର୍ତୁମାସ ଗୁରୁବାର ବ୍ରତ ପ୍ରାରମ୍ଭ ହୋଇଥାଏ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande