ସମ୍ବଲପୁର, ୧୬ ଜୁଲାଇ(ହି.ସ.) – ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଆଇଟି ବିଭାଗରେ ପଢ଼ୁଥିବା ଆକୃତି ସାହୁଙ୍କୁ ସ୍ୱଇଚ୍ଛା ପରିବାର ଏକ ଲାପଟପ୍ ଯୋଗାଇଦେଇଛି। ଆକୃତିଙ୍କ ବାପା ପାନ ଦୋକାନକରି ନିଜ ତଥା ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଏଣୁ ଝିଅର ପାଠ ପଢ଼ାରେ ଆବଶ୍ୟକ ହେଉଥିବା ଲାପଟପ୍ଟିଏ ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବପର ହେଉନଥିଲା। ଆବଶ୍ୟକତାକୁ ଭିତିକରି ସ୍ୱଇଚ୍ଛା ପରିବାରର ସମସ୍ତ ସହଯୋଗିଙ୍କ ସହାୟତା ରେ ସମ୍ପୃକ୍ତ ଝିଅଙ୍କୁ ଏକ ଲାପଟପ୍ ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା ଦେଇଛନ୍ତି। ଯାହା ଆକୃତିଙ୍କ ପାଠ ପଢ଼ାରେ ଥିବା ଆବଶ୍ୟକତା ଓ ଆକାଂକ୍ଷ୍ୟା ପୂର୍ଣ୍ଣ କରିବ ବୋଲି ସ୍ୱଇଚ୍ଛା ଅନୁଷ୍ଠାନ ଆଶା ବାନ୍ଧିଛି କ୍ଷ ଉକ୍ତ ମହତ କାର୍ଯ୍ୟରେ ବ୍ରଜମୋହନ ମହାନ୍ତି, ଦିଲୀପ ପଣ୍ଡା, ତନ୍ମୟ ମେହେର, ମାନସ ଶତପଥୀ, ଦେବାଶିଷ ସାହୁ, ଶତ୍ରୁଘ୍ନ ରାଉତ, ଦୁର୍ଗାଦାସୀ ନାଥ ଶର୍ମା, ତ୍ରିଲୋଚନ ବିଶି, ନିରୁପମା ଲୁହୁରା ଏବଂ ଆର୍ତତ୍ରାଣ ଶତପଥୀ ସମସ୍ତ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ