ଯୁବକକୁ ସଂଘବଦ୍ଧ ହତ୍ୟା ମାମଲା : ୨ ବର୍ଷ ପରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ
ଜୟପୁର, ୧୬ ଜୁଲାଇ (ହି.ସ.)- ଜୟପୁର ସହରରେ ସଂଘବଦ୍ଧ ଭାବେ ଯୁବକକୁ ହତ୍ୟା ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ଭେଜାପୁଟ ଗ୍ରାମର ଗୋବିନ୍ଦ ଏଲିୟସ ରୁନ୍ଦ୍ର ହରିଜନ (୨୩) । ସୂଚନା ଅନୁଯାୟୀ, ଗତ ୨୭.୪.୨୩ ତାରିଖ ସଂ
ଯୁବକକୁ ସଂଘ ବଦ୍ଧ ଭାବେ ହତ୍ୟା  ମାମଲା,  ୨ ବର୍ଷ ପରେ ଅନ୍ୟ ଏକ ଅଭିଯୁକ୍ତ ଗିରଫ


ଜୟପୁର, ୧୬ ଜୁଲାଇ (ହି.ସ.)- ଜୟପୁର ସହରରେ ସଂଘବଦ୍ଧ ଭାବେ ଯୁବକକୁ ହତ୍ୟା ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ଭେଜାପୁଟ ଗ୍ରାମର ଗୋବିନ୍ଦ ଏଲିୟସ ରୁନ୍ଦ୍ର ହରିଜନ (୨୩) । ସୂଚନା ଅନୁଯାୟୀ, ଗତ ୨୭.୪.୨୩ ତାରିଖ ସଂନ୍ଧ୍ୟା ସମୟରେ ୬ରୁ ୭ ଜଣ ମାସ୍କ ପିନ୍ଧି ଯୁବକ ଅଟୋରେ ଆସି ଖଣ୍ଡା, କାତି ଧରି ଆକ୍ରମଣ କରିଥିଲେ । ମରାଣାନ୍ତକ ଆକ୍ରମଣ ହେବା ଫଳରେ ଗୁରୁତର ହୋଇ ପଡିଥିଲେ ଅରୁଣ ଅନକା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅରୁଣକୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଜୟପୁର ଟାଉନ ପୋଲିସ ୧୨୩/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ୫ ଜଣ ଆଗରୁ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ଗୋବିନ୍ଦ ୨ ବର୍ଷ ହେବ ଫେରାର ଥିଲା । ଆଜି ଗୋବିନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande