ସୁବର୍ଣ୍ଣପୁର, ୧୬ ଜୁଲାଇ (ହି.ସ.) ସୋନପୁରର ଏକ ମାତ୍ର ୬୨ ବର୍ଷ ସର୍ବ ପୂରାତନ ସୋନପୁର କଲେଜ କୁ ସରକାରୀ ମାନ୍ୟତା ଦାବୀ ଜୋର ଧରିଛି। ପୂର୍ବ ସରକାର ରେ ବ୍ୟାପକ ରାଜନୈତିକ ଅବହେଳାର ଶିକାର ହୋଇଥିବା ସୋନପୁର କଲେଜ ର ଉନ୍ନତି ତଥା ସରକାରୀ ମାନ୍ୟତା ପାଇଁ ପୂରାତନ ଛାତ୍ର ସଙ୍ଘ ପକ୍ଷରୁ ପ୍ରସ୍ତୁତି ଜୋରଦାର କରିଛି ଦରକାର ହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆଗକୁ ସଂଘ ପ୍ରସ୍ତୁତ ଅଛି। ଏ ନେଇ ସୋନପୁର କଲେଜର ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ ରଥଙ୍କ ନେତୃତ୍ୱରେ କମିଟି ସଦସ୍ୟ ମାନେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ସାକ୍ଷାତ କରି କଲେଜର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସୋନପୁର କଲେଜ କିପରି ସରକାରୀ ମାନ୍ୟତା ପାଇ ପାରିବ ସେ ଦିଗରେ ପୁର୍ଣ୍ଣ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ସାଂସଦ ଆସନ୍ତା ଆର୍ôଥକ ବର୍ଷରେ ଆର୍ôଥକ ପାଣ୍ଠି ଦେବା ସହ କଲେଜ ସରକାରୀ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଉକ୍ତ ପ୍ରତିନିଧି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଭାରତ ଭୁଷଣ ଦାଶ, ଯୁଗ୍ମ ସଂପାଦକ ବିଶ୍ୱବୀର ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ରାମଶଙ୍କର ଭୋଇ, ପ୍ଲାବନ ମହାପାତ୍ର, ରାଜ କିଶୋର ତ୍ରିପାଠୀ, ଜ୍ୟୋତିର୍ମୟ ମିଶ୍ର ପ୍ରମୁଖ ସାମିଲ ଥିଲେ। ସେପଟେ ଜିଲ୍ଳାର ସରକାରୀ ଦଳର ବିଧାୟକ ଇଂ ରଘୁନାଥ ଜଗଦଲା ପୁରାତନ ଛାତ୍ରଛାତ୍ରୀ ସଙ୍ଘର ଦାବୀ ଯତାର୍ଥ ଏବଂ ଏ ନେଇ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ସହିତ କଥାବାର୍ତା ହୋଇଥିବା ଏ୍ୱବଂ ପୂର୍ବ ସରକାର ସମୟରେ ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ଆଉ କିଛି ମହାବିଦ୍ୟାଳୟ ଏକା ସାଙ୍ଗରେ ସରକାରୀ ମାନ୍ୟତା ପାଇବା ନେଇ ସୂଚନା ଦେଇଥିଲେ ।
--------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ