କନ୍ଧମାଳ, ୧୬ ଜୁଲାଇ(ହି.ସ.) – ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଗୁରୁ ଡ. ଦେବପ୍ରସାଦ ଦାସଙ୍କ ୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହ ର ପ୍ରଥମ ଦିବସରେ ଫୁଲବାଣୀର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିରର ୫ ଜଣ ନୃତ୍ୟଶିଳ୍ପୀ ଓଡିଶୀ ନୃତ୍ୟ ପରିବେଷଣ କରି ଖଣି ଇସ୍ପାତ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଅବସରରେ ନୃତ୍ୟ ଗୁରୁ ବିନୋଦ ଚନ୍ଦ୍ର ସାହୁ ଙ୍କୁ ଓଡିଶୀ ନୃତ୍ୟ ରତ୍ନ ପୁରସ୍କାର ପ୍ରଦାନ କରଯାଇଥିଲା। ଏଥିରେ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତିି, ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ନଟରାଜ କଳା ମନ୍ଦିର ଦ୍ୱାରା ଓଡିଶୀ ନୃତ୍ୟ ରେ ଶିବ ତାଣ୍ଡବ ପରିବେଷଣ କରାଜାଇଥିଲା, ଯାହା ଦର୍ଶକ ମାନଙ୍କୁ ବିପୁଳ କରତାଳି ଦ୍ୱାରା ଆଦୃତ ହୋଇଥିଲା। ଏହା ଆମ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ