ସୋନପୁର ବନ୍ଦ ନେଇ କଂଗ୍ରେସ ଦଳର ପ୍ରେସମିଟ
ସୁବର୍ଣ୍ଣପୁର, ୧୬ ଜୁଲାଇ (ହି.ସ.)- ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପକ୍ଷରୁ ସାରା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ପରେ ଦୁଇ ଦିନ ଏମସରେ ଚିକ
ସୋନପୁର ବନ୍ଦ ନେଇ କଂଗ୍ରେସ ଦଳର ପ୍ରେସମିଟ


ସୁବର୍ଣ୍ଣପୁର, ୧୬ ଜୁଲାଇ (ହି.ସ.)-

ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପକ୍ଷରୁ ସାରା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ପରେ ଦୁଇ ଦିନ ଏମସରେ ଚିକିତ୍ସିତ ହେବା ପରେ ଆଖି ବୁଜିଲେ। ଜଣେ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ ଛାତ୍ରୀ ଜଣକ ୬ ମାସ କାଳ ବିଭିନ୍ନ ସମୟରେ କଲେଜ୍ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ଗୃହବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତି ସତ୍ତ୍ୱେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରି କଂଗ୍ରେସ ଓ ସମସ୍ତ ବାମପନ୍ଥୀ ଦଳ ତରଫରୁ ଆସନ୍ତାକାଲି ଜୁଲାଇ ୧୭ ତାରିଖ ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ୍, ଯାନବାହନ, କାର୍ଯ୍ୟାଳୟ ଦପ୍ତର ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ହେବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଦଳ ଓ ବାମପନ୍ଥୀ ଦଳ।

ଆଜି ପ୍ରେସମିଟ୍ ରେ କଂଗ୍ରେସ ଦଳ ଓ ବାମପନ୍ଥୀ ଦଳର ଗୌରୀଶ୍ୟାମ ପଣ୍ଡା, ସୁଧୀର ପଣ୍ଡା, ଗତଥର ସୋନପୁର ର ବିଧାୟକ ପ୍ରାର୍ଥୀ ପ୍ରିୟବତ୍ର ସାହୁ, ରାଜେଶ୍ ମିଶ୍ର, ରଞ୍ଜିତ ରାୟ, କର୍ଣ୍ଣରାଜ ପ୍ରଧାନ, ଭରତ ଜେନା, ଭାଗିରଥି ବଗର୍ତ୍ତି, ସଂଗ୍ରାମ କେଶରୀ ନାୟକ ପ୍ରମୁଖଙ୍କ ସହ କଂଗ୍ରେସ ଦଳ ଓ ବାମପନ୍ଥୀ ଦଳର ଅନେକ ସଦସ୍ୟ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande