ଜୟପୁର, ୧୬ ଜୁଲାଇ (ହି.ସ.)- ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଓ ଯୌନ ନିର୍ଯାତନା ଘଟଣାକୁ ବିରୋଧ କରି ଏନଏସୟୁଆଇ କୋରାପୁଟ ଜିଲା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ପାଠକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟରକୁ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ । ଛାତ୍ରୀ ଜଣକ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ଘଟଣା ଘଟିବାର ୧୨ ଦିନ ଆଗରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସପିଙ୍କୁ ଜଣାଇବା ପରେ ମଧ୍ୟ ବିଭାଗୀୟ ଅଧିକାରି ମନ୍ତ୍ରୀ ଚୁପ ରହିବାରୁ ଏପରି ଘଟଣା ଘଟିଥିଲା । ଉଚ୍ଚ ଶିକ୍ଷାମନ୍ତ୍ରୀ କଣ ପାଇଁ ଟ୍ୟୁଟର ଦେଖି ନଥିଲେ ସେନେଇ ବିକ୍ଷୋଭକାରୀମାନେ ଉତ୍ୟକ୍ତ ହୋଇ ପଡିଥିଲେ । ଦିନକୁ ଦିନ ନାରି ନିର୍ଯାତନା ବଢିବାରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ବିକ୍ଷୋଭ ଓ ରାସ୍ତାରୋକ କାର୍ଯ୍ୟକ୍ରମରେ ଏ ରମେଶ ରାଓ, ପ୍ରଣବ ନାୟକ, ସୁକାନ୍ତ ପଟ୍ଟନାୟକ, ପ୍ରଣୟ ସର୍ମା, ପବିତ୍ର ଭତ୍ରା ସହ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ମୁତୟନ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି