ସମ୍ବଲପୁର, ୧୬ ଜୁଲାଇ(ହି.ସ.) – ରୋଟାରୀ କ୍ଲବ, ଗ୍ରେଟର ସମ୍ବଲପୁର ତରଫରୁ ଅନୁଷ୍ଠିତ ୨୭ତମ ଅଧିଷ୍ଠାନ ସମାରୋହରେ ନୂତନ କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ରୋଟାରି ବର୍ଷ ୨୦୨୫-୨୬ ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିରେ ରାଜୀବ ଜୈନ ଅଧ୍ୟକ୍ଷ, ସଞ୍ଜୟ ମିଂଚଲ୍ ସଚିବ ଏବଂ ଲିପିକା ଦାସ କୋଷାଧ୍ୟକ୍ଷ, ନିର୍ଦ୍ଦେଶକ ବୋର୍ଡ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ଅନିତ ଜୟସ୍ୱାଲ ମୁଖ୍ୟଅତିଥି, ଫର୍ଷ୍ଟ ଲେଡି ପଲ୍ଲବୀ ଜୟସ୍ୱାଲ, ପୂର୍ବତନ ଅଧ୍ୟକ୍ଷ ଏମ ପଓେର୍୍ୱଜ୍ ଅଲି ଖାନ୍ ଓ ନିତିନ ଭଭସାର, ଶିବ ପ୍ରସାଦ ପାଢୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ପୂର୍ବତନ ଅଧ୍ୟକ୍ଷ ବିଲାଲ୍ ମଲ୍ଲିକ ଓ ସଚିବ ପୂର୍ବ ବର୍ଷର ସମସ୍ତ ପ୍ରକଳ୍ପ ଓ ସେବା କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। ନୂତନ ଅଧ୍ୟକ୍ଷ ରୋଟାରିୟନ୍ ରାଜୀବ ଜେନ୍ ତାଙ୍କ ରୋଟାରି ବର୍ଷ ୨୦୨୫-୨୬ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଥିଲେ, ଯାହାରେ ସାମୁଦାୟିକ ସମ୍ପୃକ୍ତି, ସେବା ପ୍ରକଳ୍ପ ଓ ଫେଲୋସିପ ଉପରେ ଭାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମ୍ବଲପୁର ଓ ବୁର୍ଲାର ସମସ୍ତ ରୋଟାରି କ୍ଲବ ସମୁହର ପ୍ରତିନିଧି ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ