ଭଦ୍ରକ, ୧୬ ଜୁଲାଇ (ହି.ସ.)- ଭଦ୍ରକ ଜିଲା ଧାମରା ସବୁଜ ବାହିନୀ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏକ ପେଡ ମା କି ନାମ ପେ କାର୍ଯ୍ୟକ୍ରମ କୁ ସାରା ଭାରତ ବର୍ଷରେ ପହଂଚାଇବା ଏହି ବୃକ୍ଷରୋପଣର ମହାନ ଧାରା ବୋଲି ବୃକ୍ଷପ୍ରେମୀ ତଥା ପ୍ରକୃତି ବନ୍ଧୁ,ପ୍ରକୃତି ମିତ୍ର ତଥା ସବୁଜ ବାହିନୀର ସଭାପତି ଶରତ ଦଳେଇ ନିଜର ମତ ରଖିଥିଲେ। ହୋଇଥିବା ବନୀକରଣ କାର୍ଯ୍ୟକ୍ରମରେ ଧାମରା ଅଂଚଳ ତଥା ଚାନ୍ଦବାଲି ବ୍ଲକରେ ବହୁ ଗଛ ଲଗାଈ ସେ ଗୁଡିକୁ ଦ୍ରୁମରେ ମଧ୍ୟ ପହଂଚାଇ ପାରିଥିବାରୁ ଅଂଚଳବାସୀ ସବୁଜ ବାହିନୀର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି। ହୋଇଥିବା ବନୀକରଣ କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଂପାଦକ ବିଜୟ ସାହୁ, ମାୟାଧର ସାହୁ, ନିରାକାର ନାୟକ, ଅମରେନ୍ଦ୍ର ବେହେରା, ନିରାକାର ବେହେରା, ଅଲେଖ ମାଝୀ, ସତ୍ୟରଞ୍ଜନ ବାରିକ, ମହେଶ ଦଳେଇ,ମାନସ କୁମାର ଜାନା, ବିକ୍ରମ ଦଳେଇ ପ୍ରମୁଖ ଉପସ୍ଥିତ ରହିବା ସହ ବୃକ୍ଷରୋପଣ କାର୍ଯ୍ୟ ସଂପାଦନ କରିଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ