କେନ୍ଦୁଝର, ୧୬ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗ୍ରାମରେ ବଜ୍ରପାତରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଉଭୟ ଶାଶୁ ବୋହୂ ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେରେ ଗାଁ ମୁଣ୍ଡରେ ଥିବା ଭେଣ୍ଡିଆନାଳୀ ଠାରେ ନିଜ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗ୍ରାମର ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୁ ଲବଣୀ ନାଏକ(୨୮) ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA