ଗୁରୁଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳିବ୍ଲକ ମାଳପକ୍ଷଟଣା ନିବାସୀ ସ୍ୱର୍ଗତ ନଟବର ସାହୁଙ୍କ ଏକାଦଶାହ। ସେ ପେଷା ରେ ଥିଲେ ଜଣେ ଶିକ୍ଷକ। ସେ ଆଳି ବ୍ଲକ ଇଷାନେଶ୍ୱର ଉପ୍ରା ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ାନ୍ତି। ସେ ଥିଲେ ଜଣେ ପରଉପକାରୀ, ମାଷ୍ଟଭାସି, ସୁ ସଂଗଠକ ଓ
ଗୁରୁଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୧୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳିବ୍ଲକ ମାଳପକ୍ଷଟଣା ନିବାସୀ ସ୍ୱର୍ଗତ ନଟବର ସାହୁଙ୍କ ଏକାଦଶାହ। ସେ ପେଷା ରେ ଥିଲେ ଜଣେ ଶିକ୍ଷକ। ସେ ଆଳି ବ୍ଲକ ଇଷାନେଶ୍ୱର ଉପ୍ରା ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ାନ୍ତି। ସେ ଥିଲେ ଜଣେ ପରଉପକାରୀ, ମାଷ୍ଟଭାସି, ସୁ ସଂଗଠକ ଓ ଜଣେ ମେଳାପୀ ମଣିଷ। ମାଳପଟଣା ସ୍ଥିତ ଭାତୁଆ ବଟ ର ମୁଖ୍ୟ ପରିଚାଳକ କ୍ଷ ଏହା ଛଡା ୪୬ ରକ୍ତ ଦାନ କରି ଅନେକ ଜୀବନ ବଂଚାଇଥିବା ଏକ ନିଆରା ମଣିଷ। ସେ ଶ୍ରୀ ଜଗନାଥ ଚାରିଟେବୁଲ ଟ୍ରଷ୍ଟ ସହିତ ଦୀର୍ଘ ଦିନ ହେବ ଜଡିତ ରହି ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ କ୍ଷ ସେ ଟ୍ରଷ୍ଟ ର ଗୁରୁବର ଭାବ ରେ ବିଭିନ୍ନ ଉପଦେଶ ମାନ ଦେଇଥାନ୍ତି। ଟ୍ରଷ୍ଟ କିପରି ନୂତନ ସେବା ସମାଜ କୁ ପ୍ରଦାନ କରିବ ସେ ଟ୍ରଷ୍ଟ ର ସଭାପତିଙ୍କ ସହ ଆଲୋଚନା କରିଥାଆନ୍ତି। ଆଜି ତାଙ୍କ ସ୍ମୃତି ରେ ଭାତୁଆବଟ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ବିଭିନ୍ନ ଫୁଲ ଗଛ ସହିତ ରକ୍ତ ଚନ୍ଦନ, ଆମ୍ବ, ଗୁଆ, ପଣସ, ଲିଚୁ, ଜାମୁକୋଳି ଓ ସମି ବୃକ୍ଷ ଇତ୍ୟାଦି ଗଛ ଲଗାଯାଇଛି କ୍ଷ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଏହି ଗୂରୁ ପ୍ରତିମ ବ୍ୟକ୍ତି ଙ୍କ ପାଇଁ ଏକ ସୋତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଆଜି ର କାର୍ଯ୍ୟକ୍ରମ ର ନାମ ଥିଲା ଗୁରୁ ଙ୍କ ପାଇଁ ଗଛ ଟିଏ। ଏହି କାର୍ଯ୍ୟକ୍ରମକୁ ଦେଖି ତାଙ୍କର ଶିକ୍ଷକ ବନ୍ଧୁଙ୍କ ସହ ଅଂଚଳବାସୀମାନେ ଟ୍ରଷ୍ଟ ର ଏହି କାର୍ଯ୍ୟକ୍ରମକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତିଙ୍କ ସମେତ ଉପ ସଭାପତି ରଶ୍ମି ରଞ୍ଜନ ବାରିକ, ଅଶ୍ୱିନୀ ସାହୁ, ତପନ କୁମାର ନାଥ, କାଳନ୍ଦୀ ମଲିକ ଓ ଗଛ ମଣିଷ ରାଜେନ୍ଦ୍ର ଲେଙ୍କା ଉପସ୍ଥିତ ରହି କାର୍ଯ୍ୟ ଟିକୁ ସମ୍ପୂର୍ଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande