ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା ବିଚ୍ଛିନ୍ନ
ଧର୍ମଶାଳା,୧୬ ଜୁଲାଇ(ହି.ସ.) - ବ୍ରାହ୍ମଣୀର ଶାଖା କେଲୁଅ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ଦଖିବାକୁ ମିଳିଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ରମାପୁର ନିକଟରେ କଲର୍ଭଟରେ ବନ୍ୟା ଜଳ ପ୍ରବଶେ ଫଳରେ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା ଉପରେ ୪ଫୁଟ୍ ଉଚ୍ଚର ବନ୍
ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା ବିଚ୍ଛିନ୍ନ


ଧର୍ମଶାଳା,୧୬ ଜୁଲାଇ(ହି.ସ.) - ବ୍ରାହ୍ମଣୀର ଶାଖା କେଲୁଅ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ଦଖିବାକୁ ମିଳିଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ରମାପୁର ନିକଟରେ କଲର୍ଭଟରେ ବନ୍ୟା ଜଳ ପ୍ରବଶେ ଫଳରେ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା ଉପରେ ୪ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଉଭୟ ପକ୍ଷରୁ ଗାଡି ଚଳାଚଳ ବ୍ୟାହତ ହୋଇଛି । ଫଳରେ ଯାତାୟତ କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତାହା ସହିତ ଅନେକ ଘର ଚତୃପାଶ୍ୱର୍ରେ ବନ୍ୟାଜଳ ଘେରି ରହିବା ସହ ଶହଶହ ଏକ ପନିପରିବା ଓ ଧାନ ଗଛ ଉପରେ ବନ୍ୟାଜଳ ମାଡି ଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande