ଦୁର୍ବଳ ନଦୀ ବନ୍ଧ ଓ ନଦୀ କୂଳିଆ ଲୋକଙ୍କୁ ଭେଟିଲେ ବରୀ ବିଜେପି ନେତା ଓ ବରୀ ଜଳସମ୍ପଦ ଉପଖଣ୍ଡ ଅଧିକାରୀ
ଧର୍ମଶାଳା,୧୬ ଜୁଲାଇ(ହି.ସ.) - ଉପର ମୁ୍‌ଣ୍ଡରେ ଲାଗାଣ ବର୍ଷା ଲାଗି ରହିଛି । ଫଳରେ ବ୍ରାହ୍ମଣୀ ଓ ତାର ଶାଖା କେଲୁଅ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏବେ ଏହି ବନ୍ୟାଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ରହିଛି । ଏହି ଦୁଇ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ
ଦୃବଳ ନଦୀ ବନ୍ଧ ଓ ନଦୀ କୂଳିଆ ଲୋକଙ୍କୁ ଭେଟିଲେ ବରୀ ବିଜେପି ନେତା ଓ ବରୀ ଜଳସମ୍ପଦ ଉପଖଣ୍ଡ ଅଧିକାରୀ


ଧର୍ମଶାଳା,୧୬ ଜୁଲାଇ(ହି.ସ.) - ଉପର ମୁ୍‌ଣ୍ଡରେ ଲାଗାଣ ବର୍ଷା ଲାଗି ରହିଛି । ଫଳରେ ବ୍ରାହ୍ମଣୀ ଓ ତାର ଶାଖା କେଲୁଅ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏବେ ଏହି ବନ୍ୟାଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ରହିଛି । ଏହି ଦୁଇ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ନଦୀ କୂଳିଆ ଲୋକମାନଙ୍କୁ ସର୍ତକ କରାଯାଇଛି । ଏହି କ୍ରମରେ ରସୁଲପୁର ବ୍ଲକ ମହେଶ୍ୱରପୁର,ବ୍ରହ୍ମବରଦା ଓ ବନ୍ଧହିହ ପଂଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ବନ୍ଧ ଦୃବଳ ରହିଛି । ଏବଂ ବନ୍ଧଡିହ ପଂଚାୟତସ୍ଥ ଘେରି ବନ୍ଧ ଭିତରେ ରହିଥିବା ଶହଶହ ପରିବାର ପ୍ରଭାବିତ ହେବା ଆଶଙ୍କା ରହିଛି । ସେହି ସ୍ଥାନକୁ ଆଜି ବରୀ ବିଜେପି ନେତା ଉମେଶ ଜେନା ଓ ବରୀ ଜଳ ସମ୍ପଦ ଉପଖଣ୍ଡ ଅଧିକାରୀ ମନୋରଂଜନ ତ୍ରିପାଠୀ ପ୍ରମୁଖ ବନ୍ଧ ପରିଦର୍ଶନ କରିବା ସହ ଘେରି ବନ୍ଧ ଭିତରେ ରହିଥିବା ଜନସାଧାରଣଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଥିଲେ । ଏବଂ ଦୃବଳ ନଦୀ ବନ୍ଧ ସାମ୍ଭବ୍ୟ ଭଳିଆ ଓ ରେନକଟ୍ ସ୍ଥାନରେ ବାଲି ବସ୍ତା ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଯୁଦ୍ଧ କାଳୀନ ଭିତିରେ ବହୁ ସ୍ଥାନରେ ବାଲି ବନ୍ଧ ପ୍ୟାକିଂ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande