କେଲୁଅ ନଦୀରେ ବିଜୁ ସେତୁ ଆପ୍ରୋଚ ରୋଡ ଧସିଲା
ଧର୍ମଶାଳା,୧୬ ଜୁଲାଇ(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥନମାନଙ୍କରେ ମୁଖ୍ୟ ରାସ୍ତା ଧୋଇ ହୋଇ ଖାଲଖମା ହୋଇଥିବା ବେଳେ ଅନେକ ସେତୁ ଆପ୍ରୋଚ ରୋଡ ଧସି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାରେ
କେଲୁଅ ନଦୀରେ ବିଜୁ ସେତୁ ଆପ୍ରୋଚ ରୋଡ ଧସିଲା


ଧର୍ମଶାଳା,୧୬ ଜୁଲାଇ(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥନମାନଙ୍କରେ ମୁଖ୍ୟ ରାସ୍ତା ଧୋଇ ହୋଇ ଖାଲଖମା ହୋଇଥିବା ବେଳେ ଅନେକ ସେତୁ ଆପ୍ରୋଚ ରୋଡ ଧସି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାରେ ବରୁଆଁ-କୃଷ୍ଣଦାସପୁରକୁ ସଂଯୋଗ କରୁଥିବା କେଲୁଅ ନଦୀ ଉପରେ ନିର୍ମିତ ହୋଇଥିବା ବିଜୁ ସେତୁ କ୍ଷେତ୍ରରେ । ଧର୍ମଶାଳା ବ୍ଲକ ନାଳକୂଳ- ଭଗବାନପୁର ନିକଟରେ ଏହି ବିଜୁ ସେତୁର ନାଳକୂଳ ନିକଟରେ ମାଟି ସହ ପିଚୁ ରାସ୍ତା ଧସି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ସେତୁର ପ୍ରଥମ ଖୁଂଟ ଉପରେ ଏହାର ପ୍ରବାହ ପଡିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି । ଏଠାରେ ୨ଟି ସ୍ଥାନରେ ବଡବଡ ଗର୍ତ ହେବା ସହ ରାସ୍ତା ଧୋଇରେ ଯିବା ପଳରେ ଗାଡି ମଟର ଚଳାଚଳ କରୁଥିବା ଚାଳକମାନେ ଦୃର୍ଘଟଣାର ସମ୍ମୁଖୀନ ହେବା ଯଥେଷ୍ଟ ସମ୍ଭାବନା ରହିଛି । ସ୍ଥାନୀୟ ଲୋକେ ଏହାକୁ ଦେଖି ଉକ୍ତ ସ୍ଥାନରେ ଗଛ ଡାଳ ପକାଇ ଦେଇଥିବା ଦେଖିବାକୁ ମିଳିଛି । ତୁରନ୍ତ ପୂର୍ତ ବିଭାଗ ଏହି ଆପ୍ରୋଚ ରୋଡର ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande