ଧର୍ମଶାଳା,୧୬ଜୁଲାଇ(ହି.ସ.) - ଓଡିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀରେ ୪ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେବ ବୋଲି ଗତ କାଲି ସନ୍ଧ୍ୟାରେ ଜିଲ୍ଲା ପ୍ରସାସନ ପକ୍ଷରୁ ଡାକବାଜୀ ଯନ୍ତ୍ର ଯେଗେ ନଦୀ ତଟବର୍ତୀ ଲୋକମାନଙ୍କୁ ସତର୍କ କରାଯାଇଥିଲା । ଫଳରେ ଲୋକେ ଛାନିଆରେ ରାତିତମାମ ଘରେ ଅନିଦ୍ରା ହୋଇ ରହିଥିଲେ । ଗତକାଲି ସନ୍ଧ୍ୟାସୁଦ୍ଧା ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ଜଳପତନ ବିପଦ ସଙ୍କେତ ତଳେ ୬୫.୧୦ ଫୁଟରେ ପ୍ରବାହିତ ହୋଇଥିଲା । ଏହା ଉପରେ ଆହୁରୀ ଅଧିକ ୪ ଫୁଟ ବନ୍ୟାଜଳ ପ୍ରବାହିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜୀ ଯନ୍ତ୍ର ଯୋଗେ ଗତକାଲି ରାତିରେ ପ୍ରଚାର କରାଯାଇଥିଲା । ଯାହାକୁ ନେଇ ନଦୀ ପାଶ୍ୱରେ ରହୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିଲେ । ତେବେ ଆଜି ନଦୀରେ ଧିରେ ଧିରେ ବନ୍ୟାଜଳ କମୁଥିବା ଯୋଗୁଁ କିଛିଟା ଆସ୍ୱସ୍ତି ମିଳିଛି । ସୂଚନା ମୁତାବକ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଡ୍ୟାମରେ ୩ ଗୋଟି ଗେଟ ଖୋଲାଯାଇଥିବା ବେଳେ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ତେବେ ଜେନାପୁର ଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଜଳପତନ ହ୍ରାସ ପାଇ ୬୪.୫୦ ରହିଥିବା ଜଣାଯାଇଛି । ସେହିପରି ଉପର ମୁଣ୍ଡରେ ଅଧିକ ବର୍ଷା ହେଉଥିବାରୁ ଆଉ ଏକ ଗେଟ ଖୋଲିବାର ଆଶଙ୍କା ରହିଥିଲା । ତେବେ ଉପର ମୁଣ୍ଡରେ ବର୍ଷା କମିଯାଇଥିବାରୁ ରେଙ୍ଗାଲିର ଚତୁର୍ଥ ଗେଟ ଖୋଲିବାର ଆଶଙ୍କା କମ ରହିଛି । ତେଣୁ ଭୟଭିତ ହେବାର କାରଣ ନାହିଁ ବୋଲି ଜାରକା ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶିଶିର କୁମାର ଦାସ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ