ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ଫକିର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଘଟିଥିବା ଅଘଟଣରେ
ଛାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ମହାବିଦ୍ୟାଳୟର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଆହତ ହୋଇ ଏସସିବି ମେଡିକାଲର ବର୍ଣ୍ଣ ୟୁନିଟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମା'ଙ୍କ ସହିତ ଫୋନ ଯୋଗେ କଥା ହୋଇ ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବ୍ୟସ୍ତ
ନହେବା ପାଇଁ ସାନ୍ତ୍ୱନା ଦେଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କୁ ଉତ୍ତମ
ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପ୍ରତି
ବିଶେଷ ଧ୍ୟାନ ଦେବା ନିମନ୍ତେ ବର୍ଣ୍ଣ ୟୁନିଟର ଡାକ୍ତରୀ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା