ଏଫ ଏମ ଛାତ୍ରୀ ଆତ୍ମଦାହ ଘଟଣାରେ ମିଳିତ ବିରୋଧୀ ଦଳଙ୍କ ଓଡ଼ିଶା ବନ୍ଦ ପାଳନ କାଲି
ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - ଫକୀରମୋହନ ମହାବିଦ୍ୟାଳୟର ଜନୈକା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ତରଫରୁ କୁହାଯାଇଛି। ଏହି ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟର ଜଣେ କାର
ଏଫ ଏମ ଛାତ୍ରୀ ଆତ୍ମଦାହ ଘଟଣାରେ ମିଳିତ ବିରୋଧୀ ଦଳଙ୍କ ଓଡ଼ିଶା ବନ୍ଦ ପାଳନ କାଲି


ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - ଫକୀରମୋହନ ମହାବିଦ୍ୟାଳୟର ଜନୈକା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ତରଫରୁ କୁହାଯାଇଛି। ଏହି ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରିବା , ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଏବଂ ବାଲେଶ୍ୱର ବିଧାୟକ ଇସ୍ତଫା ଦେବା ସହ ବାଲେଶ୍ୱର ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ଏସପିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମିଳିତ ବିରୋଧୀ ଦଳ ଦାବି କରିଛି। ଏହି ଦାବିରେ ମିଳିତ ବିରୋଧୀ ଦଳ ଆସନ୍ତାକାଲି (ଗୁରୁବାର) ଓଡ଼ିଶା ବନ୍ଦ ଡାକରା ଦେଇଛି ।

କଂଗ୍ରେସ ସମେତ, ସି ପି ଆଇ, ସି ପି ଆଇ (ଏମ୍‌) , ସି ପି ଆଇ (ଏମ୍ ଏଲ)- ଲିବେରେସନ୍ , ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ , ଏନ୍ ସି ପି, ଏସ ପି , ଆର୍ ଜେ ଡି ପ୍ରମୁଖ ଦଳ ମାନେ ଏଥିରେ ସାମିଲ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande