ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - ଆସନ୍ତାକାଲି ସମଗ୍ର ରାଜ୍ୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ। ଗୁରୁବାର କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଥିବାରୁ ସୁରକ୍ଷା ଦୃଷ୍ଟିରୁ ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ ପେଟ୍ରୋଲ ପମ୍ପ ବନ୍ଦ ରହିବ। ରାଜ୍ୟ ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା