ଯୁକ୍ତ ୩ ସ୍ପଟ୍ ଆଡମିଶନ ଅବଧି ୧୯ ଜୁଲାଇକୁ ବୃଦ୍ଧି
ଭୁବନେଶ୍ୱର, ୧୬ ଜୁଲାଇ (ହି.ସ.) - ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା, କିନ୍ତୁ ବର୍ତମାନ ଏହାକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି
ଯୁକ୍ତ ୩ ସ୍ପଟ୍ ଆଡମିଶନ ଅବଧି ୧୯ ଜୁଲାଇକୁ ବୃଦ୍ଧି


ଭୁବନେଶ୍ୱର, ୧୬ ଜୁଲାଇ (ହି.ସ.) - ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା, କିନ୍ତୁ ବର୍ତମାନ ଏହାକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସାମସ୍ ଅଧୀନରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ପଟ୍ ନାମଲେଖା ପ୍ରକ୍ରିୟାକୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande