ଛାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ଧର୍ମଶାଳା,୧୬ଜୁଲାଇ(ହି.ସ.) - ଏଫ ଏମ କଲେଜର ଛାତ୍ରୀ ସୋମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠନ ଦାବି କରି ଆଜି ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହ ଅମର ଆତ୍ମାର ସଦଗତି କାମନା କ
ଛାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି


ଧର୍ମଶାଳା,୧୬ଜୁଲାଇ(ହି.ସ.) - ଏଫ ଏମ କଲେଜର ଛାତ୍ରୀ ସୋମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠନ ଦାବି କରି ଆଜି ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଧର୍ମଶାଳା ଏଫଏମ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀ କଲେଜ ପ୍ରାଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ର ଶିକାର ହୋଇ ଏସମ୍ପର୍କରେ କଲେଜର ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରି ନ୍ୟାୟ ନପାଇ ଶେଷରେ ନିରାଶ ହୋଇ ଆତ୍ମହୁତୀ କରି ଜୀବନ ହାରିଥିଲେ । ତାଙ୍କର ମୃତ୍ୟୁରେ ଦୋଷୀମାନଙ୍କ ବିରୁଦ୍ଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଧର୍ମଶାଳା କଲେଜର ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ କଲେଜର ଅଧ୍ୟକ୍ଷ ସ୍ୱରୁପାନନ୍ଦ ପଣ୍ଡା ସମେତ କଲେଜର ଅଧୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସୌମ୍ୟଶ୍ରୀଙ୍କ ଅମର ଅତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲୋ । କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିରବ ପ୍ରାର୍ଥନା କରିବା ପରେ ଛାତ୍ରଛାତ୍ରୀମାନେ ହାତରେ ବ୍ୟାନର ଧରି କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲା ବେଳେ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ହାତରେ କ୍ୟାଣ୍ଡେଲ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande