ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - ନ୍ୟାୟ ପାଇଁ ବାଲେଶ୍ୱର ଫକୀରମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟ ଅସହାୟ ଛାତ୍ରୀଜଣଙ୍କ ଆତ୍ମାହୁତି କରିଥିଲେ ଓ ଭୁବନେଶ୍ୱର ଏମ୍ସ୍ ଠାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖିବୁଜିଲେ। ମୃତା ଛାତ୍ରୀ ନ୍ୟାୟ ପାଇଁ ୬ ମାସ କାଳ ବିଭିନ୍ନ କର୍ତୃପକ୍ଷ ଯଥା କଲେଜର ଅଧ୍ୟକ୍ଷ, ଅଭିଯୋଗ ପ୍ରକୋଷ୍ଠ, ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରର ଶିକ୍ଷାମନ୍ତ୍ରୀ, ଜାତୀୟ ମହିଳା ଅୟୋଗ, ଶିକ୍ଷାମନ୍ତ୍ରୀ, ପୁଲିସ ପ୍ରଶାସନଙ୍କୁ ତା’ର ନିର୍ଯ୍ୟାତନା ବିରୁଦ୍ଧରେ ଜଣାଇଥିଲେ ସୁଧା କେହି ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିନଥିଲେ। ଏହା ଏକ ଆନୁଷ୍ଠାନିକ ବର୍ବରଚିତ ହତ୍ୟାକାଣ୍ଡ।ତେଣୁ ଆସନ୍ତାକାଲି କଂଗ୍ରେସ ଓ ବାମପନ୍ଥି ଦଳ ସମେତ ସମସ୍ତ ସମଭାବାପର୍ଣ୍ଣ ଧର୍ମନିରପକ୍ଷେ ଧର୍ମଗୁଡ଼ିକୁ ନେଇ ଦିଆଯାଇଥିବା ବନ୍ଦ ଡାକରାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା, ଏ.ଆଇ.ଟି.ୟୁ.ସି., ଏଚ୍ଏମ୍ଏସ୍, ସି.ଆଇ.ଟି.ୟୁୂ.. ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ.,ଟିୟୁସିସି, ଏଲପିଏଫ୍ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ଓ ବିଭିନ୍ନ ଶ୍ରମିକ ସଂଗଠନମାନେ ନିଜ ନିଜ ଅଂଚଳରେ ବନ୍ଦରେ ସାମିଲ ହେବାକୁ ଡ. ରାମଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ସାଂସଦ, କିଶୋର ଜେନା,ମହେନ୍ଦ୍ର ପରିଡ଼ା, ବିଜୟ ଜେନା, ଜୟନ୍ତ ଦାସ, ଦୁଷ୍ମନ୍ତ ଦାସ, ବିଷ୍ଣୁ ମହାନ୍ତି, ପ୍ରଭାତ ତ୍ରିପାଠୀ, ବି.ଏନ୍. ମହାପାତ୍ର, ନିରଞ୍ଜନ ମହାନ୍ତି, ଜୟସେନ ମେହେର, ରାଧାକାନ୍ତ ସେଠୀ, ଜ୍ୟୋତିରଞ୍ଜନ ମହାପାତ୍ର ଓ ବି.ପି. ଦାସ ପ୍ରମୁଖ ବନ୍ଦକୁ ସଫଳ କରିବା ପାଇଁ ଅନୁରୋଧ କରିବା ସହିତ ଦିବଙ୍ଗତା ଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସମସ୍ତ ଶ୍ରମିକ ଭାଇମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏହି ବନ୍ଦରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା