ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ବୁଧବାର ସ୍ଥାନୀୟ ଭୁବନେଶ୍ୱର କ୍ଲବ ଠାରୁ ପ୍ରଦେଶ ଯୁବ କଂଗ୍ରେସର ଏକ ରାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଯୁବ କଂଗ୍ରେସର କର୍ମୀମାନେ ବିକ୍
ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ


ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ବୁଧବାର ସ୍ଥାନୀୟ ଭୁବନେଶ୍ୱର କ୍ଲବ ଠାରୁ ପ୍ରଦେଶ ଯୁବ କଂଗ୍ରେସର ଏକ ରାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଯୁବ କଂଗ୍ରେସର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ୧ ଘଂଟାର ଧାରଣା ପରେ ଯୁବ କଂଗ୍ରେସ କର୍ମୀମାନେ ପୁଲିସ ବାରିକେଟ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସମଗ୍ର ସରକାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ବିଶେଷ କରି ବାଲେଶ୍ୱର ସାଂସଦ ଏବେ ଯେଭଳି ତତ୍ପରତା ଦେଖାଉଛନ୍ତି ତାହା ଯଦି ପୂର୍ବରୁ ଦେଖାଇଥାନ୍ତେ ତେବେ ବାଲେଶ୍ୱର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇନଥାନ୍ତା।

ଛାତ୍ରୀ ଜଣକ ୬ ମାସ ଧରି କ୍ରମାଗତ ଗୁହାରି କଲେ ବି ଏ ସରକାର ଏବଂ ବିଜେପି ନେତୃବୃନ୍ଦ ତାଙ୍କ କଥା ଶୁଣିଲେ ନାହିଁ। ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଚରମ ନିଷ୍ପତି ନେଲା। ଏଣୁ ଛାତ୍ରୀ ଜଣକୁ ସୁରକ୍ଷା ଦେବାର ଅକ୍ଷମ ଏବଂ ତା’ର ଅଭିଯୋଗ ଶୁଣିବାରେ ଉପେକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ଇସ୍ତଫା ଦେବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଶିକ୍ଷାମନ୍ତ୍ରୀ କରୁଛନ୍ତି କ’ଣ? ବିଭିନ୍ନ ଜିଲ୍ଲାରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀମାନେ ଅସୁରକ୍ଷିତ ରହିଥିବାବେଳେ ଶିକ୍ଷାମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି। ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରଣୀୟ ଅଭିଯୋଗ କମିଟି (ଆସି.ସି.ସି.) ଏକ ପ୍ରହସନରେ ପରିଣତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ କହିଛନ୍ତି ଯେ ନିଜର ଦୋଷ ଲୁଚାଇବା ପାଇଁ ଏବେ ଏବିଭିପି, ବିଜେପି ଓ ମୋହନ ସରକାର ଉଦ୍ୟମ କରୁଛନ୍ତି। ମୋହନ ସରକାର ବିଶେଷ କରି ଓଡ଼ିଶାର ମହିଳା ଓ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉନାହାନ୍ତି। ବର୍ଷକ ଭିତରେ ମହିଳା ଅତ୍ୟାଚର ଓ ଅନିୟନ୍ତ୍ରିତ ହୋଇପଡ଼ିଛି। ଅନ୍ୟପକ୍ଷରେ ସାଂସଦ ପ୍ରତାପ ଷଡଙ୍ଗୀ ଏହି ଘଟଣାରେ କେତେବେଳେ କ’ଣ କହୁଛନ୍ତି ତା’ର ତାଳମେଳ ରହୁନାହିଁ। ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande