ମାଲକାନଗିରି,୧୭ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କାଲିମେଳା ଅଂଚଳରୁ ଆଜି ୧୧ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି।
ବେଆଇନ ବନ୍ୟଜନ୍ତୁ ଚୋରା ଚାଲାଣ ସମ୍ବନ୍ଧରେ ବିଶେଷ ସୂଚନା ପାଇବା ପରେ କାଲିମେଳା ବନ ବିଭାଗ ଓ ରାଜସ୍ୱ ବିଭାଗ ର ଏକ ମିଳିତ ଟିମ କାଲିମେଳା ରେଞ୍ଜ ଅଧିନ ଗୁମୁକା ପଂଚାୟତ ଏମପିଭି ୧୨ଗ୍ରାମ ର ମାଛ ବେପାରୀ ମିଥୁନ ବୈରାଗୀ ଙ୍କ ଘରେ ଚଢ଼ଉ କରିଥିଲେ! ଚଢ଼ଉ ବେଳେ ତାଙ୍କ ଘର ପଛ ପଟେ ଥିବା ଏକ ପରିତ୍ୟକ୍ତ ପାଇଖାନା ଗୃହ ମଧ୍ୟରେ ଅଖା ବସ୍ତାରେ ପୋଟେରୁ ଅଂଚଳରେ ନେଇ ବିକ୍ରୀ କରିବାକୁ ରଖିଥିବା ୧୧ଟି କଇଁଛ ରହିଥିବା ଦେଖିବାକୁ ପାଇଥିଲେ। ସେହି ବ୍ୟକ୍ତିଙ୍କ ଠାରୁ ଜୀବନ୍ତ କଇଁଛ ଉଦ୍ଧାର କରିଥିଲେ। ଏଥି ସହ ତାଙ୍କ ନିକଟରୁ ଗୋଟିଏ ଓଜନ ମେସିନ ଓ ମୋବାଇଲ ଜବତ କରାଯାଇଛି! ପଚରା ଉଚରା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏମଭି ୭୯କୋର୍ଟରେ ହାଜର କରାଯାଇଥିବା କାଲିମେଳା ବନାଂଚଳ ଅଧିକାରୀ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି।
ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହିପରି କୌଣସି ବେଆଇନ କାର୍ଯ୍ୟକଳାପ ବିଷୟରେ ବନ ବିଭାଗ କୁ ଜଣାଇବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ