୨୩୫ ଲିଟର ୮ଶହ ମିଲି ଗ୍ରାମ ବିଦେଶୀ ମଦ ଜବତ ୪ଗିରଫ
ମାଲକାନଗିରି,୧୭ ଜୁଲାଇ (ହି.ସ.) - କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଂଚାୟତ ସଙ୍ଗେଲ ଗ୍ରାମରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରି୍ୱା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନିର୍ଦେଶ କ୍ରମେ ଏଏଆଇ ରାମ ନାଥ ମୁଦୁଲିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ପ
୨୩୫ ଲିଟର ୮ଶହ ଗ୍ରାମ ବିଦେଶୀ ମଦ ଜବତ ୪ଗିରଫ


ମାଲକାନଗିରି,୧୭ ଜୁଲାଇ (ହି.ସ.) - କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଂଚାୟତ ସଙ୍ଗେଲ ଗ୍ରାମରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରି୍ୱା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନିର୍ଦେଶ କ୍ରମେ ଏଏଆଇ ରାମ ନାଥ ମୁଦୁଲିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ପାଟ୍ରୋଲିଂରେ ଗତକାଲି ବାହାରିଥିଲେ ଏହି ସମୟରେ ସଙ୍ଗେଲ ଗ୍ରାମ ନିକଟରେ ଏକ ବୋଲେରୋ ଗାଡିଥିବା ଦେଖି ସନ୍ଦେହ ହେବାରୁ ଗାଡି ଯାଂଚ କରିବାରୁ ୨୮ଟି କାର୍ଟୁନ ପେଟିରେ ମଦ ଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ଠାରୁ ୨୩୫ ଲିଟର ୮୦୦ମିଲିଗ୍ରାମ ମଦ ଜବତ କରାଯାଇଥିଲା । ଅଭିଯୁକ୍ତମାନେ ଗିରଫ କରିଥିଲେ। ଗାଡିକୁ ପୁଲିସ ଜବତ କରିଛି!ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ଅଂଚଳର ଅରବିନ୍ଦ କୁମାର, କନ୍ଦନ କୁମାର, ଅଭିଷେକ କୁମାର ଏବଂ ବିହାରର ନୀରଜ କୁମାରକୁ । ସମସ୍ତେ କାଲିମେଳା ସାଲବଗନ ଠାରେ ଥିବା ମଦ ଦୋକାନ ର କର୍ମଚାରୀ!କାଲିମେଳା ଥାନା କେସ ନମ୍ବର୧୬୪/୨୫ରେ ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande